ପୁଲୱାମାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶ୍ରୀନଗର, (ଓଡ଼ିଶା ଟାଇମ୍) :ଆଜି ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର କାଙ୍ଗାନ ଅଞ୍ଚଳରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟରରେ ନିହତ ହୋଇଥିବା ୩ ଜଣ ଆତଙ୍କବାଦୀ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ମଧ୍ୟ ଆତଙ୍କବାଦୀଙ୍କ କବଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବଦ କରିଛି ।
ପୁଲସି କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଆଜି ସକାଳେ ପୁଲୱାମାର କଙ୍ଗନ ଅନ୍ତର୍ଗତ ଅସ୍ତାନ୍ ମୋହଲ୍ଲାରେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇବା ପରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଜମ୍ମୁ ଓ କଶ୍ମୀର ପୁଲିସ, ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ ଏବଂ ସିଆର୍ପିଏଫ୍ର ୧୮୩ ବାଟାଲିୟାନ୍ର ମିଳିତ ଟିମ୍ ।ସୁରକ୍ଷା ବାହିନୀକୁ ଏହି ସର୍ଚ୍ଚ ଅପରେସନରେ ଭାରତୀୟ ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରିଥିବା ଜଣାପଡିଛି ।