ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଆତଙ୍କବାଦୀ ନିହତ

ଅନନ୍ତନାଗ, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା କଓ୍ବାରୀଗାମ ଅଞ୍ଚଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଆକ୍ରମଣ କରିଥିଲେ । ଫଳରେ ପାଲଟା ଆକ୍ରମଣ ଆରମ୍ଭ କରିଥିଲେ ଭାରତୀୟ ସେନା । ସର୍ଚ୍ଚ ଅପରେସନ ବେଳେ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ଖବର ଅନୁଯାୟୀ, ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା କି ଅନନ୍ତନାଗ ଜିଲ୍ଲା କଓ୍ବାରୀଗାମ ଅଞ୍ଚଳର ଏକ ଗାଁରେ ଆତଙ୍କବାଦୀ ଲୁଚି ରହିଛନ୍ତି । ଏହା ପରେ ସେଠା​‌ରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ୍‌ ଯବାନ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ ଆରମ୍ଭ କରିଥିଲେ । ଏହାର ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିଲା ସେନା । ଉଭୟ ପଟୁ ଗୁଳିମାଡ ବେଳେ ୨ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ସଫା କରିବା​‌ରେ ସଫଳ ହୋଇଛି ସେନା ।

ତେବେ ବର୍ତ୍ତମାନ ସୁଦ୍ଧା ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ମିଳି ନଥିବା ବେଳେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି । ମୃତକ ଆତଙ୍କବାଦୀମାନେ କେଉଁ ସଂଗଠନ ସହ ଜଡିତ ତାହାର ଖୋଳତାଡ କରୁଛି ସେନା । ଏହାସହିତ ସେଠାରେ ଯାତାୟତ କରୁଥିବା ଗାଡିଗୁଡିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସଂପୃକ୍ତ ଅଞ୍ଚଳରେ ସାଧାରଣ ଲୋକଙ୍କ ଯାତାୟତ ଉପରେ ମଧ୍ୟ ରୋକ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଏନକାଉଣ୍ଟର କରିସାରିଲାଣି ସେନା ।

Leave a Reply

Your email address will not be published. Required fields are marked *