ମଝି ଆକାଶରେ ଗୁରୁତର ହେଲେ ଯାତ୍ରୀ, ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ
ଭୁବନେଶ୍ବର, (ଓଡିଶା ଟାଇମ୍): ବିମାନର ଜରୁରୀକାଳୀନ ଅବତରଣ । ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ ହୋଇଛି ।
ଖବର ଅନୁଯାୟୀ, ବେଙ୍ଗାଲୁରୁରୁ କିଛି ଯାତ୍ରୀଙ୍କୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ । କିଛି ବାଟ ଯିବା ପରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ପାଇଲଟ୍ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହିକ୍ରମରେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାନ୍ ବୋଲି ଜଣାପଡିଛି ।