ଏଣିକି SCBରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ସେବା, ୯ଟି ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
କଟକ, (ଓଡିଶା ଟାଇମ୍): ଆଜି କଟକ ବଡ ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ବଡ ମେଡିକାଲରେ ପହଞ୍ଚି ଇକମୋ ଚିକିତ୍ସା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୯ଟି ଇକମୋ ମେସିନ ଉଦ୍ଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏସସିବି ପୂର୍ବ ଭାରତର ଇକମୋ ହବ୍ ହେବ। ରାଜ୍ୟସରକାର ମାଗଣାରେ ଇକମୋ ସେବା ଯୋଗାଇବେ। ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। କରେନାର ୩ୟ ତରଙ୍ଗ ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡିବ। କୋଭିଡ ନିୟମକୁ ଆମକୁ କଡାକଡି ଭାବେ ପାଳନ କରିବାକୁ ପଡିବ। ନିଜେ ସୁରକ୍ଷିତ ରୁହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।