ଭୂକମ୍ପରେ ଦୋହଲିଲା ଲଦାଖ ଓ ମିଆଁମାର ମାଟି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲେହ ଲଦାଖ ଓ ମିଆଁମାରରେ ଏକା ସାଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁସାରେ ଲେହ ଲଦାଖରେ ବିଳମ୍ୱିତ ରାତିରେ ୩.୮ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଥିଲା । ସେହିଭଳି ମିଆଁମାର ମୋନିବା ନିକଟରେ ୫.୫ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଦୁଇଟି ସ୍ଥାନରେ ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି ।
ଏହା ପୂର୍ବରୁ କିଛିଦିନ ତଳେ କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ବାଗେବାଡ଼ି ପାଖରେ ମଙ୍ଗଳବାର ଦିନ ଭୂମିକମ୍ପର ଝଟକା ଦେଖାଯାଇଥିଲା ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୯ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା । ହେଲେ ବିଳ୍ମୱିତ ରାତିରେ କମ୍ପନ ହୋଇଥିବାରୁ ଲୋକେ ବାହାରକୁ ଉଠି ପଳାଇ ଆସିଥିଲେ ।
An earthquake of magnitude 5.5 occurred around 11:58 pm last night near Monywa in Myanmar: National Center for Seismology pic.twitter.com/ONXaRu7fP7
— ANI (@ANI) October 7, 2021