Skip to content
Post Views: 82
- ଭୁବନେଶ୍ୱର (ଓଡ଼ିଶା ଟାଇମ୍): କରୋନା ମହାମାରୀକାଳରେ ବାଧାପ୍ରାପ୍ତ ହୋଇଛି ପିଲାଙ୍କ ପାଠ୍ୟକ୍ରମ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଡିଜିଟାଲ୍ ବିଶ୍ୱବିଦ୍ୟାଳୟ। ଖାଲି ସେତିକି ନୁହେଁ, ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିଭି ଚ୍ୟାନେଲ୍ ଏବଂ ଡିଜିଟାଲ୍ ମାଧ୍ୟମ ଦ୍ୱାରା ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏଥିଲାଗି ପିଏମ୍-ଇ ବିଦ୍ୟା କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯିବ। ଏଥିରେ ୪୦୦୦ ଟିଭି ଚ୍ୟାନେଲ୍ ଦ୍ୱାରା ଆରମ୍ଭ ହେବ ପାଠ୍ୟକ୍ରମ।
- ସବୁ ଭାଷାରେ ସବୁ ବିଷୟ ପାଇଁ ଗୁଣାତ୍ମକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇ ତାହାକୁ ଏହି ମାଧ୍ୟମରେ ପ୍ରସାରଣ କରାଯିବ। ରେଡିଓ ଏବଂ ଡିଜିଟାଲ୍ ମାଧ୍ୟମକୁ ଏଥିରେ ବ୍ୟବହାର କରାଯିବ ବୋଲି ଅର୍ଥମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି।