ଭିଭୋ ଛାଡିବା ପରେ କିଏ ନେଲା ଆଇପିଏଲ୍ ୨୦୨୦ ଟାଇଟଲ୍ ସ୍ପୋନସରସିପ୍‌, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଟାଇଟଲ୍ ସ୍ପୋନ୍ସରସିପରୁ ହଟିବା ପରେ ସେ ସ୍ଥାନ ହାତେଇଛି ଡ୍ରିମ୍‌-୧୧ ।

ଏନେଇ ଆଇପିଏଲର ଚେୟାରମ୍ୟାନ୍ ବୃଜେଶ ପଟେଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଡ୍ରିମ୍‌-୧୧ ୨୨୨ କୋଟି ଟଙ୍କାରେ ଆଇପିଏଲ ୨୦୨୦ ସିଜନ୍ ପାଇଁ ସ୍ପୋନସରସିପ୍ ରାଇଟ୍ସ କିଣିଛି ।

ଡ୍ରିମ୍‌-୧୧ ବିଗତ କିଛି ବର୍ଷ ଧରି ଆଇପିଏଲର ପାର୍ଟନର ଭାବେ ରହିଆସିଛି । ତେବେ ଏହି ନିଲାମ ପ୍ରକ୍ରିୟାରେ ୨ୟ ସ୍ଥାନରେ ବାୟଜୁସ୍ (୨୦୧ କୋଟି) ଏବଂ ୩ୟ ସ୍ଥାନରେ ଅନଏକେଡମୀ (୧୭୦ କୋଟି) ଟଙ୍କାରେ ରହିଥିଲା ।
ଡ୍ରିମ୍‌-୧୧ ଫାଣ୍ଟେସି ଲିଗ୍ କ୍ରିକେଟ୍ ବ୍ୟତିତ ହକି, ଫୁଟବଲ୍‌, କବାଡି ଓ ବାସ୍କେଟବଲ୍ ରେ ମଧ୍ୟ ସାମିଲ ରହିଛି । ‘ୟୁନିକର୍ନ କ୍ଲବ’ରେ ସାମିଲ ହୋଇଥିବା ଏହା ପ୍ରଥମ ଭାରତୀୟ ଗେମିଂ କମ୍ପାନୀ ଅଟେ ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ଭିତରେ ସୀମା ବିବାଦ ହେବା ପରେ ଭାରତରୁ ଚାଇନିଜ ଆପ୍ ବ୍ୟାନକୁ ନେଇ ଭିଭୋ ଏହି ସ୍ପୋନ୍ସରସିପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ଥର ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲ୍ ସଂଯୁକ୍ତ ଆରବ ଅମିରତରେ ହେବାକୁ ଯାଉଛି । ପରେ ନଭେମ୍ବର ୧୦ ବେଳକୁ ଆଇପିଏଲ୍ ଫାଇନାଲ୍ କରାଯିବ ।
ଭିଭୋ ପକ୍ଷରୁ ୨୦୧୮ରୁ ୨୦୨୨ ଯାଏଁ ଅର୍ଥାତ୍ ୫ ବର୍ଷ ପର୍ଯ୍ୟନ୍ତ ୨୧୯୦ କୋଟି ଟଙ୍କା ମୂଲ୍ୟରେ ଆଇପିଏଲ୍ ଟାଇଟଲ୍ ସ୍ପୋନ୍ସରସିପ ଅଧିକାର ହାସଲ କରିଥିଲା । ତେବେ ଭିଭୋ ଯିବା ପରେ ଆଇପିଏଲ୍ ଟାଇଟଲ୍ ସ୍ପୋନ୍ସରସିପ ପାଇଁ ଜିଓ, ଆମାଜନ୍‌, ଟାଟା ଗ୍ରୁପ୍‌, ଡ୍ରିମ୍ ୧୧ ଓ ବାୟଜୁସ୍ ଭଳି କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ ।

ଆଇପିଏଲ୍ ୨୦୨୦ର କାର୍ଯ୍ୟସୂଚୀକୁ ଦର୍ଶକ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ଏଭଳି ସୂଚନା ମିଳିବା ପରେ ସୋସିଆଲ୍ ମିଡିଆରେ କିଛି ମଜାଦାର ମିମ୍ସ ଓ ଜେକ୍ସ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *