ଡଃ ତ୍ରିପାଠୀଙ୍କ ଶିକ୍ଷାଦାନ ଶୈଳୀ ସ୍ୱତନ୍ତ୍ର ଥିଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶା ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପ୍ରତି ନର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍‌ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ବଂଶୀଧର ତ୍ରିପାଠୀଙ୍କ ବିୟୋଗରେ ଆଜି ପୂର୍ବାହ୍ନରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଏକ ସାମୂହିକ ଦୀପଦାନ ଉତ୍ସବ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ବୁଦ୍ଧ ମନ୍ଦିରର ସଂପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବାପରେ ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବ ନିହାର ରଂଜନ ସ୍ୱାଇଁ, ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ଏବଂ କର୍ଣ୍ଣେଲ ଡାକ୍ତର ବିରଂଚି ନାରାୟଣ ପାଣି ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ପରଲୋକଗତ ଡଃ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କହିଲେ ଯେ ଡଃ ତ୍ରିପାଠୀ ଜଣେ ନୀତିନି ଅଧ୍ୟାପକ ଥିଲେ । ତାଙ୍କର ଅଧ୍ୟାପନା ଶୈଳୀର ଏକ ସ୍ୱତନ୍ତ୍ରତା ଥିଲା । ଆଜିର ଯୁବ ଅଧ୍ୟାପକମାନେ ତାଙ୍କ ଶିକ୍ଷାଦାନ ଶୈଳୀକୁ ଗ୍ରହଣ କରିବା ଉଚିତ୍ । ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ସ୍ମୃତିଚାରଣ କରି ରେଭେନ୍‌ସା ମହାବିଦ୍ୟାଳୟରେ ତାଙ୍କର ଛାତ୍ର ବତ୍ସଳତାର ଉଦାହରଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର, ବାସ୍ତୁବିତ୍ ମନୋଜ ଲେଙ୍କା, ଶ୍ରୀମତୀ ତନୁଜା ରଥ, ନିବେଦିତା ଭଞ୍ଜ, ଦୁର୍ଗେଶ ନନ୍ଦିନୀ ଜେନା, ଦେବଜାନୀ ରାଉତରାୟ, ଇଂ. ବିବେକାନନ୍ଦ ପାତ୍ର, ଦେବୀ ପ୍ରସାଦ ମଲ୍ଲିକ, ସୀତାଂଶୁ ଦ୍ୱିବେଦୀ, ବିଜୟ କୁମାର ଜେନା, ରାଜକିଶୋର ସାହୁ, ଡଃ ନିର୍ମଳ ଚନ୍ଦ୍ର ଦାସ, ବାସ୍ତୁବିତ୍ ଦୁର୍ଗାପ୍ରସାଦ ଓ ଭୁବନେଶ୍ୱର ଓକିଲ ସଂଘ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ ପ୍ରମୁଖ ସ୍ମୃତିଚାରଣ କରି ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଡଃ ତ୍ରିପାଠୀଙ୍କ ପରିବାର ପକ୍ଷରୁ ଶ୍ରୀମତୀ ବିୟୋତ୍‌ପ୍ରଜ୍ଞା ତ୍ରିପାଠୀ ଓ ବିଜ୍ଞାନପ୍ରଜ୍ଞା ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପଣ୍ଡା (ବୁଲୁ) ଓ କୈଳାସ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *