୧୬ ଟେଲି କମ୍ପାନୀ ଦେଇଛନ୍ତି ୧୫,୮୯୭ କୋଟି

ନୂଆଦିଲ୍ଲୀ(ଓଟି): ବିଭିନ୍ନ ଟେଲିକମ୍ କମ୍ପାନୀଙ୍କ ଉପରେ ଲକ୍ଷାଧିକ କୋଟି ଟଙ୍କାର ବକେୟା ପଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬ଟି କମ୍ପାନୀଙ୍କ ପକ୍ଷରୁ  ମାତ୍ର୧୫,୮୯୬.୫୧ କୋଟି ଟଙ୍କା ଟେଲିକମ୍ ବିଭାଗ ନିକଟରେ ଦାଖଲ କରାଯାଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକ ଉପରେ ଆହୁରି ୧,୩୦,୪୪୦.୪୭ କୋଟି ବକେୟା ପଡ଼ିଛି ବୋଲି ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ।

ସ୍ପେକ୍‌ଟ୍ରମ ଦେୟ ଏବଂ ଲାଇସେନ୍ସ ଦେୟ ବାବଦରେ ଉପରୋକ୍ତ ପରିମାଣର ବକେୟା ପଡ଼ି ରହିଥିଲା ବେଳେ ଭୋଡାଫୋନ୍ ଆଇଡିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୫୦୦ କୋଟି ଟଙ୍କା ପଇଠ କରାଯାଇଛି । କିନ୍ତୁ ଏହି କମ୍ପାନୀ ଉପରେ ସର୍ବାଧିକ ବକେୟା ବାକି ରହିଛି। ସେହପରି ଭାରତୀ ଏୟାରଟେଲ  ଉପରେ ମୋଟ ୩୫,୫୮୬ କୋଟି ଟଙ୍କା ବକେୟା ରହିଥିବା ବେଳେ କମ୍ପାନୀ ପକ୍ଷରୁ  ବର୍ତ୍ତମାନ ସୁଦ୍ଧା ୯୫୦୦ କୋଟି ଟଙ୍କା ପଇଠ କରାଯାଇଛି। ଅନ୍ୟପକ୍ଷରେ ଟାଟା ଟେଲି ସର୍ଭିସେସ୍ ଉପରେ ୧୩,୮୨୩.୨୯ କୋଟି ଟଙ୍କା ରହିଥିବା ବେଳେ ଏହି କମ୍ପାନୀ ଆଂଶିକ ଦେୟ ପଇଠ କରାଯାଇଛି।  ବକେୟା ରଖିଥିବା ଅନ୍ୟାନ୍ୟ କମ୍ପାନୀଙ୍କ ମଧ୍ୟରେ ବିଏସ୍‌ଏନ୍‌ଏଲ, ମହାନଗର ନିଗମ ଟେଲିଫୋନ୍ ଲିଃ, ଏୟାରସେଲ୍ ଗ୍ରୁପ୍‌, ଭିଡିଓକୋନ୍ ଟେଲିକମ୍ୟୁନିକେସନ୍ ଆଦି ରହିଛନ୍ତି ।

Leave a Reply

Your email address will not be published. Required fields are marked *