ସାମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛୁ ଭିତ୍ତିଭୂମି, ଦରକାରୀ ଔଷଧ ଓ ସରଞ୍ଜାମ ରଖୁଛୁ ମହଜୁଦ : DMET

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯାହା ଔଷଧ ଓ ସରଞ୍ଜାମ କ୍ରୟ କରି ମହଜୁଦ ରଖୁଛୁ। ଅନ୍ୟମାନଙ୍କ ତାଲିମ ଦେଇ ମାନବସମ୍ବଳ ବୃଦ୍ଧି କରୁଛୁ । ବିଭିନ୍ନ ସମୟରେ ବିଭିନ୍ନ ଆକଳନ ଆସୁଛି । କିନ୍ତୁ  ଜୁନ୍ ଶେଷ ସପ୍ତାହରେ ଆକଳନ ଅନୁସାରେ ପ୍ରସ୍ତୁତ କରାଯାଉଛି । ଟାସ୍କଫୋର୍ସ ଅନୁଧ୍ୟାନ କରି ଗାଇଡାନ୍ସ ଦେବେ।  ସେହି ଅନୁସାରେ ପଦକ୍ଷେପ ନିଆଯିବ।  ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଛି ବୋଲି ଡିଏମଇଟି କହିଛନ୍ତି ।

Leave a Reply

Your email address will not be published. Required fields are marked *