ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ଆତ୍ମହତ୍ୟା

ମୁମ୍ବାଇ, (ଓଡିଶା ଟାଇମ ) :  ଲୋକପ୍ରିୟ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁମ୍ବାଇର ମଲାଡ୍‍ ସ୍ଥିତ ଏକ ୧୪ ମହଲା ବିଲ୍ଡିଂରୁ ଦିଶା ସୋମବାର ଡେଇଁବା ପରେ ତୁରନ୍ତ ତାଙ୍କୁ ବୋରିଭାଲି ହସ୍‌ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଆତ୍ମହତ୍ୟା କଲା ବେଳେ ସେ ତାଙ୍କ ବୟ ଫ୍ରେଣ୍ଡଙ୍କ ସହ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଆଜି ଦିଶାଙ୍କ ପିତା ମାତାଙ୍କ ସହ ବୟ ଫ୍ରେଣ୍ଡଙ୍କ ବୟାନ ରେକର୍ଡ କରିଛି ।

ସୂଚନାଯୋଗ୍ୟ, ଦିଶା ପବ୍ଲିକ୍‌ ରିଲେସନ୍‌ ମ୍ୟାନେଜର ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେଲିବ୍ରେଟି ଟ୍ୟାଲେଣ୍ଟ ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ। ସେ ମୁମ୍ବାଇରେ ରହି ବଣ୍ଟି ସାଜ୍‌ଦେଙ୍କ କର୍ଣ୍ଣରଷ୍ଟୋନ୍‌ ସ୍ପୋର୍ଟ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ ସହ ମିଶି କାମ କରୁଥିଲେ। ଦିଶା, ସୁଶାନ୍ତଙ୍କ ମ୍ୟାନେଜର ଭାବେ କାମ କରିବା ସହ ଅନେକ କଳାକାର ଯେପରିକି, ଭାରତୀ ଶର୍ମା, ରେହା ଚକ୍ରବର୍ତ୍ତୀ ଓ ବରୁଣ ଶର୍ମାଙ୍କ ପାଇଁ ମଧ୍ୟ କାମ କରିଛନ୍ତି ।

ଦିଶା,ସୁଶାନ୍ତ ସିଂହ ରାଜପୁତ,ଭାରତୀ ସିଂହ,ରିୟା ଚକ୍ରବର୍ତ୍ତୀ ଏବଂ ବରୁଣ ଶର୍ମା ଭଳି କଳାକାରଙ୍କ ମ୍ୟାନେଜର ରହି ସାରିଥିଲେ । ଦିଶା ପବ୍ଲିକ୍ ରିଲେସନ୍ସ ମ୍ୟାନେଜର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି ଏବଂ ଏବେ ସୁଦ୍ଧା ମୃତ୍ୟୁର କାରଣର କୌଣସି ଫଳାଫଳ ପହଞ୍ଚିନାହିଁ । ପୋଲିସ୍ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରୁଜୁ କରୁଛି । ପୋଲିସ୍ ଦିଶାଙ୍କ ବାପା-ମାଆଙ୍କ ବୟାନ ରେକର୍ଡ଼ କରିଛି ଏବଂ ଏହି ମାମଲାରେ ତାଙ୍କ ଭାବିସ୍ବାମୀଙ୍କ ବୟାନ ନିଆଯିବା ବାକି ରହିଛି । 

Leave a Reply

Your email address will not be published. Required fields are marked *