ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଆମେରିକାରେ ବି ଉଠିଲା ସ୍ୱର

ମୁମ୍ବାଇ, (ଓଡିଶା ଟାଇମ୍): #JusticeForSushantSinghRajput ଙ୍କ ନାମରେ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ହାସଟ୍ୟାଗ୍ ଟେଣ୍ଡ୍ର କରି ଏହି ଦିବଙ୍ଗତ ଅଭିନେତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ଖାଲି ଯେ ଭାରତ ନୁହେଁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆମେରିକାରେ ବି ସ୍ୱର ଉଠିଛି ।

ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୃତି ଏକ ବିଲବୋର୍ଡର ଫଟୋ ଇଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯେଉଁଥିରେ ଏହି ହାସଟ୍ୟାଗ୍ ବ୍ୟବହାର ହୋଇଥିବା ସହ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରାଯାଇଛି। ଏହିବି କାଲିଫର୍ଣ୍ଣିଆରେ ଲଗାଯାଇଛି । ଏଥିସହିତ ସେ ଲେଖିଛନ୍ତି ଯେ “କାଲିଫର୍ଣ୍ଣିଆରେ ଭାଇର ବିଲବୋର୍ଡ । ଏହା ଏକ ବିଶ୍ୱବ୍ୟାପୀ ଆନେ୍ଦାଳନ ଅଟେ”।

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ସମ୍ଭାଳୁଥିବା ବେଳେ ରିୟାଙ୍କ ସମେତ ୬ ଜଣଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରୀ, ପ୍ରତାରଣା ଓ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି।

ଏହି ଘଟଣାରେ ପୂର୍ବରୁ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରା ଯାଇଥିଲା । ଯେଉଁଥିପାଇଁ ଅଗଷ୍ଟ ୭ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ (ଇଡି) ରିୟାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଜେରା କରିଥିଲା ।

ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଯାହାପରେ ବିହାର ପୋଲିସ ଜୁଲାଇ ୨୫ରେ ଏକ ମାମଲା ରୁଜୁ କରିଥିଲା ।

ଏହା ପରେ ବିହାର ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ଦର୍ଶାଇ ରିୟା କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଜୁଲାଇ ୩୦ ତାରିଖରେ କୋର୍ଟରେ ଆବେଦନ କରିଥିଲେ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।

ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

 

Leave a Reply

Your email address will not be published. Required fields are marked *