ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ବିଡିଗିଯାଇଛି । ଭୀଷଣ ଜ୍ୱର ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ସୁତ୍ରରୁ ଜଣାପଡିଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ଅକ୍ସିଜେନ୍‌ ଲେବୁଲ ବହୁତ କମ୍‌ ରହିଛି । ଯାହା ଫଳରେ ଆଜି ତାଙ୍କର କରୋନା (COVID-19 ) ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ ।

ସୂଚନା ଅନୁସାରେ, ଗତ ୨ ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ଦେହ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର କରୋନା ପରୀକ୍ଷା କରାଯାଇଛି। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିପାରେ ବୋଲି କୁହାଯାଉଛି। ସତ୍ୟେନ୍ଦ୍ର ଜୈନ୍‌ ଟ୍ବିଟ୍‌ କରି କହିଛନ୍ତି, ପ୍ରବଳ ଜ୍ଵର ଏବଂ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ମୁଁ ଗତ ରାତିରେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଆପଣମାନଙ୍କୁ ମୋ ସ୍ବାସ୍ଥ୍ୟ ବିଷୟରେ ଅପ୍‌ଡେଟ ସୂଚନା ଦେବା ଜାରି ରଖିବି।

Leave a Reply

Your email address will not be published. Required fields are marked *