୧୦ ଦିନ ଭିତରେ ତିନିଟି ଦଳ ବଦଳେଇଲେ ଦେବୀ
ବାଲେଶ୍ୱର ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଦଳ ବଦଳରେ ରାଜ୍ୟର ସମସ୍ତ ରେକର୍ଡ଼କୁ ଭଙ୍ଗ କରିଦେଇଛନ୍ତି। ତାଙ୍କୁ କ୍ଷମତା ନିଶା ଏପରି ଘାରିଛି ମାତ୍ର ୧୦ ଦିନ ଭିତରେ ୩ଟି ଦଳରେ ଯୋଗ ଦେଇସାରିଲେଣି।
ଦେବୀ ୨୦୦୯ରେ କଂଗ୍ରେସ ଟିକଟରେ ଜଳେଶ୍ୱର ଆସନରୁ ଜିଣିଥିଲେ ବିଧାନସଭାକୁ। ସେତେବେଳେ ବାଚସ୍ପତିଙ୍କ ମଞ୍ଚରେ ବସି ଚର୍ଚ୍ଚା ସୃଷ୍ଟି କରିଥିଲେ ଦେବୀ। କଂଗ୍ରେସରୁ ତାଙ୍କ ରାଜନୀତି ଆରମ୍ଭ।
ଗଲା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ନିକଟରୁ ହାରିଯାଇଥିଲେ ଦେବୀ। ଏଥର ତାଙ୍କୁ ଟିକେଟ ନ ମିଳିବାରୁ ସେ କଂଗ୍ରେସଠାରୁ ସମ୍ପର୍କ ତୁଟେଇ ଟିକଟ ଆଶାରେ ବିଜେପିରେ ଯୋଗ ଦେଇଥିଲେ। ଭାବିଥିଲେ ବସ୍ତାରୁ ପଦ୍ମ ଟିକେଟରେ ଲଢିବେ। କିନ୍ତୁ ରଘୁ ମହାନ୍ତି ଦେବୀଙ୍କ ଆଶାରେ ପାଣି ପକେଇଦେଲେ।
ବସ୍ତା ନିର୍ବାଚନ ମଣ୍ଡଳୀର ପୁରୁଣା ତଥା ଲୋକପ୍ରିୟ ବିଧାୟକ ହେଉଛନ୍ତି ରଘୁ। ରଘୁ ବିଜେପିରେ ଯୋଗ ଦେବାରୁ ତାଙ୍କ ଓଜନ ବଢିଗଲା। ତେଣୁ ଦେବୀଙ୍କୁ ଆଉ ଟିକେଟ ମିଳିଲାନି। ଆଉ ସେ ଦଳରେ ରହି କି ଲାଭ? ତହୁଁ ଦେବୀ ଚାଲିଲେ ବିଜେଡିକୁ। ୧୦ ଦିନ ଭିତରେ ତିନିଟି ଦଳ ବଦଳେଇ ଦେଲେ ଦେବୀ। ତେଣୁ ତାଙ୍କୁ ଏବେ କୁହାଯାଉଛି ଆୟା ଚାନ୍ଦ ଗୟା ଭି ଚାନ୍ଦ।