ଡାଲମିଆ ସିମେଂଟ୍ ପକ୍ଷରୁ ନୂଆ ଅଭିଯାନ ସହ ଉତ୍ସବ ଋତୁ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ଅଗ୍ରଣୀ ସିମେଂଟ୍ କଂପାନି ଡାଲମିଆ ସିମେଂଟ୍ ପକ୍ଷରୁ କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ସମୟରେ ଗ୍ରାହକମାନଙ୍କ ଜୀବନ ଉପରେ ଗୁରୁତ୍ୱାରୋପ କରି ଏକ ଡିଜିଟାଲ୍ ଅଭିଯାନ ‘ଅପ୍‌ନି ପର୍ସନାଲ୍ ସ୍ପେସ୍‌’ର ଶୁଭାରମ୍ଭ କରାଯାଇଛି ।

ଏହି ଅଭିଯାନରେ ଦୁଇଟି ଡିଜିଟାଲ୍ ସିନେମା ରହିଛି ଯାହା ଦୁଇ ଦମ୍ପତିଙ୍କ ପାରିବାରିକ ଜୀବନ ଉପରେ ପର୍ଯ୍ୟବେସିତ ଏବଂ ସେମାନେ କିଭଳି ବର୍ତମାନ ଏବଂ ଭବିଷ୍ୟତକୁ ଦେଖୁଛନ୍ତି ଏବଂ ଆହ୍ୱାନକୁ କିଭଳି ଏକତ୍ରୀତ ହୋଇ ସାମ୍ନା କରୁଛନ୍ତି ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସମସ୍ତେ ଘରେ ଏକାଠି ରହିବାର ଖୁସି ପାଳନ କରୁଛନ୍ତି ତାହାକୁ ଏଥିରେ ପ୍ରଦର୍ଶିତ କରାଯାଇଛି । ଏହି ଅଭିଯାନର ପ୍ରମୁଖ ବାର୍ତା ହେଉଛି “କେବଳ ଏକାଠି ରହିବା ନୁହେଁ ବରଂ ଖୁସିରେ ଏକାଠି ରହିବା” ।

ପ୍ରମେଶ ଆର୍ଯ୍ୟ, କାର୍ଯ୍ୟନିର୍ବାହୀ ନିର୍ଦେଶକ-ମାର୍କେଟିଂ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ବିଗତ କିଛି ମାସ ଆମ ପାଇଁ ଜୀବନର ଏକମାତ୍ର ମୂହୂର୍ତ ଭଳି ଥିଲା । ଆମର ଫିଲ୍ଡ ଟିମ୍‌ଙ୍କ ଆଉଟ୍‌ରିଚ୍ ଉଦ୍ୟମ ଯୋଗୁଁ ସାରା ଦେଶର ଗ୍ରାହକମାନେ କିଭଳି ନିଜ ଘରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ବିଷୟରେ ଭାବୁଛନ୍ତି ତାହା ଆମେ ଜାଣିପାରିଛୁ । ବର୍ତମାନ ଆମେ ଜୀବନର ଗୁଣାତ୍ମକ ମାନକୁ ନୂତନ ଭାବେ ଦେଖୁଛୁ ଏବଂ ଡାଲମିଆ ସିମେଂଟ୍‌ର ପ୍ରତିଶ୍ରୁତି ଭବିଷ୍ୟତ ବର୍ତମାନରେ ଗ୍ରାହକମାନଙ୍କୁ ସେମାନଙ୍କ ଘର ତିଆରି ଯାତ୍ରାରେ ଆଗକୁ ବଢ଼ିବାରେ ସହାୟକ ହେବ ।’’
ନୀରଜ ସଂଚେଟି, ସିଇଓ ଓ ସହ-ପ୍ରତି ।ତା, କ୍ରିଏଟିଭ୍ ଷ୍ଟ୍ରିଟ୍ କହିଛନ୍ତି ଯେ, “ଆଜିର ପରିବାରର ପରିବର୍ତିତ ଆବଶ୍ୟକତ ଅନୁସାରେ ଏହି ଅଭିଯାନ ଡାଲମିଆ ସିମେଂଟ୍‌ର ମୂଳ ପ୍ରତିଶ୍ରୁତି ଭବିଷ୍ୟତ ବର୍ତମାନରେକୁ ଊଜ୍ଜୀବିତ କରିଛି । ଅଧିକରୁ ଅଧିକ ଲୋକ ଘରେ ରହି କାମ କରୁଥିବା ବେଳେ ଏକ ବ୍ୟକ୍ତିଗତ ସ୍ଥାନର ଆବଶ୍ୟକତା ଏବେ ଏକ ବାସ୍ତବତା । ଏହା କେବଳ କାମକୁ ନୁହେଁ ବରଂ ସମସ୍ତଙ୍କ ମାନସିକ ଶାନ୍ତିକୁ ପ୍ରଭାବିତ କରୁଛି । ସେହି ବିଷୟ ବିଚାରକୁ ନେଇ ଆମେ ଦୁଇଟି ସିନେମା ତିଆରି କରିଛୁ ଯାହା ଦ୍ୱାରା ବ୍ୟକ୍ତିଗତ ସ୍ଥାନର ଆବଶ୍ୟକତାକୁ ନେଇ ଆଲୋଚନା ଆରମ୍ଭ ହୋଇପାରିବ ।’’

ଲକ୍‌ଡାଉନ୍ ସମୟରେ ଶ୍ରମିକ ଅଭାବ, ସ୍ଥାନୀୟ ଲକ୍‌ଡାଉନ୍ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଘର ତିଆରି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଧିରେ ଧିରେ ଲକଡାଉନ୍ କୋହଳ ହେବା ସହ ଘର କାମ ତ୍ୱରାନ୍ୱିତ ହୋଇଛି ଓ ଶ୍ରମିକ ଅଭାବ ଦୂର ହୋଇଛି । କଂପାନି ପକ୍ଷରୁ ଏହି ଅଭିଯାନକୁ ୟୁଟ୍ୟୁବ୍‌, ଫେସବୁକ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଚ୍ୟାନେଲ୍‌ରେ ଲାଇଭ୍ କରାଯାଇଛି । ଗ୍ରାହକମାନଙ୍କୁ “ଆପନ୍‌ି ପର୍ସନାଲ୍ ସ୍ପେସ୍‌” ବିଷୟରେ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *