ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ’

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ବାଦ । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଗଭୀର ଅବପାତ ରୂପ ନେବ ବାତ୍ୟା । ଏହି ସମୟରେ ପବନର ବେଗ ସର୍ବାଧିକ ୭୫ କିମି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ଜଓ୍ବାଦ ।

ବର୍ତ୍ତମାନ ଏହା ବିଶାଖାପାଟଣା ରୁ ୨୩୦କିମି, ଗୋପାଳପୁର ଠାରୁ ୩୪୦ କିମି, ପୁରୀରୁ ୪୧୦ କିମି ଦୂରରେ ରହିଛି । ବାତ୍ୟା ଉତ୍ତର ଉତ୍ତର ପୂର୍ବ ଗତି କରିବା ବେଳେ ଏହା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

Leave a Reply

Your email address will not be published. Required fields are marked *