ଆଡ୍ଭୋକେଟ୍ ଜେନେରାଲ୍ଙ୍କ ଅଫିସରେ ୧୮ ଜଣଙ୍କୁ କରୋନା: ଅଫିସ ବନ୍ଦ
ଭୁବନେଶ୍ୱର, (ଓଟି): କଟକସ୍ଥିତ ଆଡ୍ଭୋକେଟ୍ ଜେନେରାଲ୍ଙ୍କ ଅଫିସ୍କୁ ବନ୍ଦ ଘୋଷଣା କରିଛନ୍ତିି କଟକ ମ୍ୟୁନିସିପାଲିଟି କର୍ପୋରେସନ୍ । ସମ୍ପୃକ୍ତ ଅଫିସ୍ରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି । ଆସନ୍ତା ୪୮ ଘଣ୍ଟା ଯାଏ ଏହି କାର୍ଯ୍ୟାଳୟକୁ ବନ୍ଦ କରି ଆବଶ୍ୟକ ବିଶୋଧନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଗଲା ୪୮ ଘଣ୍ଟା ଭିତରେ ଏହି କାର୍ଯ୍ୟାଳୟର ୧୮ ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋିଥିବା ଜଣାପଡ଼ିଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା ଏବଂ ଆବଶ୍ୟକ ପ୍ରତିରୋଧକ କାର୍ଯ୍ୟକ୍ରମ ନେବା ଲାଗି ମ୍ୟୁନିସିପାଲିଟି ଏହି ପଦକ୍ଷେପ ନେଇଛନ୍ତି । ଏହି ଦୁଇଦିନ ସମୟରେ ଆଡ୍ଭୋକେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଘରୁ କାମ କରିବେ ।
ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ଏବେ ରାଜ୍ୟର ଆଡ୍ଭୋକେଟ୍ ଜେନେରାଲ୍ ଭାବେ କାର୍ଯ୍ୟରତ ।