ଦ୍ୱିତୀୟ ବିଶ୍ୱଯୁଦ୍ଧ ଆତଙ୍କ ଠାରୁ ବଳିଗଲା କରୋନା ଆତଙ୍କ

କେନ୍ଦ୍ରାପଡା଼,:(ପ୍ରଦୀପ ଜେନା)ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେପରି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିଲା ତା’ଠାରୁ ଅଧିକ ଆତଙ୍କ ଜନକ ଅବସ୍ଥା ଏବେ ସୃଷ୍ଟି ହୋଇଛି ସମଗ୍ର ବିଶ୍ୱରେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୃଥିବୀର ବହୁ ଦେଶ ସମ୍ପୃକ୍ତ ହେବା ଯୋଗୁ କେତେବେଳେ କେଉଁ ଦେଶ ଉପରେ ଆଉ କେଉଁ ଦେଶ ପକ୍ଷରୁ ଆକ୍ରମଣ କରାଯାଇ ମୃତ୍ୟୁର ତାଣ୍ଡବ ରଚନା କରାଯିବ ତାହାର ଠିକଣା ନଥିଲା । ଠିକ ସେହିପରି କରୋନା ଭୂତାଣୁରେ ସମଗ୍ର ପୃଥିବୀର ପ୍ରାୟ ୨ଶହ ଦେଶ ଆକ୍ରାନ୍ତ ହେବା ପରେ କେତେବେଳେ କାହାର ମୃତ୍ୟୁ ହେବ ତାହାର ମଧ୍ୟ କିଛି କଳାନା କରାଯାଇ ପାରୁ ନାହିଁ ।

ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତାୟତ ଓ ମାଲ ପରିବହନ କଷ୍ଟସାଧ୍ୟ ହୋଇପଡ଼ିଥିଲା । ସେ ସମୟରେ ମୁଖ୍ୟତଃ ପାଣିଜାହାଜ ମାଧ୍ୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସାମଗ୍ରୀ ପରିବହନ ହେଉଥିଲା । ସମୁଦ୍ରରେ ପାଣିଜାହାଜ ମାଧ୍ୟମରେ ସାମଗ୍ରୀ ପରିବହନ ସମୟରେ ପ୍ରତିପକ୍ଷ ଦେଶ ପକ୍ଷରୁ ଜାହଜ ଉପରେ ଯେକୌଣସି ସମୟରେ ଆକ୍ରମଣର ଆଶଙ୍କା ସୃଷ୍ଟି ହେବା ଯୋଗୁ ଦେଶ ଦେଶ ମଧ୍ୟରେ ଯାତତାୟତ ଓ ପରିବହନ ଏକପ୍ରକାର ବନ୍ଦ ହୋଇଯାଇଥିଲା ଏବଂ ଆଶାତୀତ ଭାବେ ଦରଦାମ ବୃଦ୍ଧି ପାଇବା ସହ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଯୋଗୁ ହଜାର ହଜାର ଲୋକେ ଭୋକ ଉପାସରେ ପ୍ରାଣତ୍ୟାଗ କରିଥିଲେ । ସେହିପରି କରୋନା ଆତଙ୍କ ଯୋଗୁ ଏବେ ସମଗ୍ର ପୃଥିବୀରେ ନାକାବନ୍ଦି ଅବସ୍ଥା ସ୍‌ୃଷ୍ଟି ହୋଇଛି ଓ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତତାୟତ ବନ୍ଦ ହୋଇଯିବା ସହିତ ମାଲ ପରିବହନ ମଧ୍ୟ ବନ୍ଦ ହୋଇଯାଇଛି । ଏହି ଅବସ୍ଥା କେତେଦିନ ଧରି ଚାଲିବ ତାହାର ମଧ୍ୟ ଆକଳନ କରାଯାଇପାରୁନାହିଁ ।ଏହି ଅବସ୍ଥା ଅଧିକ ସମୟ ଧରି ଚାଲୁ ରହିଲେ ଦରଦାମ ବୃଦ୍ଧି ହେବା ସହିତ ଘୋର ଅନାଟନ ଯେ ସୃଷ୍ଟି ନହେବ ତାହା କହିହେଉ ନାହିଁ ।

ଆମେରିକା, ଇଟାଲି, ସ୍ପେନ, ଫ୍ରାନ୍ସ ଭଳି ଅନେକ ବିକଶିତ ଦେଶମାନଙ୍କ ଠାରୁ ଆରମ୍ଭ କରି ବିକାଶଶୀଳ ଦେଶମାନେ କରୋନା ଦ୍ୱାରା ଗଭୀର ଭାବେ ଅକ୍ରାନ୍ତ ହୋଇଥିôବାରୁ ସେମାନଙ୍କର ବ୍ୟବସାୟ ବାଣିଜ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଓ ତାଙ୍କ ଅର୍ଥନିତୀ ସଙ୍କଟାପନ୍ନ ହୋଇପଡ଼ିଛି । ଦେଶମାନେ ତାଙ୍କ ଅର୍ଥନୀତୀକୁ ସଜାଡ଼ି ସ୍ୱଭାବିକ ଅବସ୍ଥାକୁ ଫେରିବାକୁ ଢେର ସମୟ ଲାଗିବାର ସମ୍ଭାବନା ରହିଛି । ଏପରି ସଙ୍କଟଜନକ ସ୍ଥିତିରେ ଗୋଟିଏ ଦେଶ ଅନ୍ୟ ଗୋଟିଏ ଦେଶକୁ ସାହାଜ୍ୟର ହାତ ବଢାଇବା ଅବସ୍ଥାରେ ନଥିôବାରୁ ଆଗାମୀ ଦିନରେ ସାଧାରଣ ଲୋକେ ଘୋର ଆର୍ଥୀକ ଦୂରାବସ୍ଥାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଭାରତର ଲକ୍ଷ ଲକ୍ଷ ଲୋକ ବିଦେଶରେ କର୍ମନିଯୁକ୍ତି ପାଇ ବା ବିଭିନ୍ନ ଦେଶରେ ବ୍ୟବସାୟ ବାଣିଜ୍ୟ କରି ରୋଜଗାର କରୁଥିଲେ । କିନ୍ତୁ କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ଭାରତୀୟ ଦେଶକୁ ଫେରିଆସିଛନ୍ତି ଓ ସମ୍ପୃକ୍ତ ଦେଶଗୁଡ଼ିକ ସ୍ୱଭାବିକ ଅବସ୍ଥାକୁ ନଫେରିବା ପର୍ଯ୍ୟନ୍ତ ସେଠାକୁ ଭାରତୀୟମାନେ ଯାଇ ରୋଜଗାର କରିବା ସମ୍ଭବପର ନୁହେଁ । ଫଳରେ ଦେଶର ହଜାର ହଜାର ଲୋକେ ଆର୍ଥୀକ ସଙ୍କଟର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଇଛି ।

ଏବେ ଓଡ଼ିଶା କଥା ବିଚାରକୁ ନିଆଯାଉ । ତ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପୂର୍ବ ଓଡ଼ିଶା, ଅଭିକ୍ତ ବିହାର, ଆସାମ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଲୋକେ କଲିକତାରେ କାମ ଧନ୍ଦା କରି ଜୀବୀକା ନିର୍ବାହ କରୁଥିଲେ । ଏଥିସହ ପୂର୍ବ ଭାରତର ହଜାର ହଜାର ଲୋକେ ବ୍ରିଟିସ ସରକାରଙ୍କ ଅଧିନସ୍ଥ ବର୍ମା ଯାଇ ସେଠାରେ ମଧ୍ୟ ଜୀବୀକା ନିର୍ବାହ କରୁଥିଲେ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ଜର୍ମାନ ବର୍ମା ଆକ୍ରମଣ କରିଥିଲା ଓ କିଛିଦିନର ଯୁଦ୍ଧ ପରେ ଜର୍ମାନ ବର୍ମା ଦଖଲ କରିବା ସହ ଭାରତର ଆର୍ଥୀକ ରାଜଧାନୀ କଲିକତା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା ସେସମୟରେ ପୂର୍ବ ଭାରତରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ହଜାର ହଜାର ଭାରତୀୟ ବର୍ମା ଛାଡ଼ିବା ପାଇଁ ବାହାରିପଡ଼ିଥିଲେ । ଠିକ ସେହିପରି କଲିକତାରେ ଥିôବା ଓଡ଼ିଆମାନେ ମଧ୍ୟ ଜୀବନ ବିକଳରେ କଲିକତା ଛାଡ଼ି ନିଜ ଭିଟାମାଟିକୁ ଫେରି ଆସିବାକୁ ବାହାରି ପଡ଼ିଥିଲେ । କିନ୍ତୁ ବର୍ମା ଛାଡ଼ୁଥିବା ଲୋକଙ୍କ ମଧ୍ୟରୁ ଯେଉଁମାନେ କୌଣସି ପ୍ରକାରେ ଗାଡ଼ିମଟର ପାଇଯାଇଥିଲେ ଭୋକ ଉପାସରେ ହେଉପଛେ ନିଜ ଭିଟାମାଟିରେ ପହଂଚି ପାରିଥିଲେ । ହେଲେ ଯେଉଁମାନେ ଗାଡ଼ିମଟର ପାଇନଥିଲେ ତାଙ୍କ ମଧ୍ୟରୁ ଅନେକ ବଣ ଜଙ୍ଗଲ ଦେଇ ଚାଲି ଚାଲି ବର୍ମାରୁ ଆସିବାକୁ ଚେଷ୍ଟା କରିଥିଲେ । ଯେଉଁମାନଙ୍କ ଭାଗ୍ୟ ଭଲ ଥିଲା ସେମାନେ ଭାରତ ମାଟି ଛୁଇଁବା ପରେ କୌଣସି ପ୍ରକାରରେ ନିଜ ଭିଟାମାଟିରେ ପହଂଚିଥିଲେ । ଅନ୍ୟମାନଙ୍କର ବାଟରେ ମୃତ୍ୟୁ ହୋଇଥିଲା । ଆଉ କିଛି ଲୋକ ବର୍ମାରୁ ଫେରି ନପାରି ସବୁଦିନ ପାଇଁ ବର୍ମାରେ ରହିଯାଇଥିଲେ । ସେହିପରି ମୃତ୍ୟୁ ଭୟରେ ହଜାର ହଜାର ଲୋକେ କଲିକତା ମଧ୍ୟ ଛାଡ଼ୁଥିଲେ । ତେଣୁ ହାଉଡ଼ା ରେଳ ଷ୍ଟେସନରେ ଦୀର୍ଘ ଦିନ ଧରି ଅଭାବନୀୟ ପରିସ୍ଥିତି ଲାଗି ରହିଥିଲା । ଲୋକକମାନେ ରେଲରେ ଚଢି ପାରୁନଥିଲେ । ସେଠାରେ କାର୍ଯ୍ୟରତ କୁଲିମାନେ ଲୋକଙ୍କ ଠାରୁ ଟଙ୍କା ନେଇ ଯେକୌଣସି ପ୍ରାକରରେ ରେଲ ଡବା ଭିତରେ ଭର୍ତୀ କରୁଥିଲେ । ଅନ୍ୟ ଯେଉଁମାନେ ରେଳରେ ଚଢିପାରୁ ନଥିଲେ ସେମାନେ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ । ଚାଲି ଚାଲି ଆସୁୁଥିବା ଲୋକଙ୍କ ମଧ୍ୟରୁ କିଛି ଭୋକ ଉପାସରେ ରୋଗ୍ରସ୍ଥ ହୋଇ ବା ରାସ୍ତାରେ ହଇଜା ଆଦି ମହାମାରିରେ ପଡ଼ି ଆରପାରିକୁ ଚାଲି ଯାଇଥିଲେ ସିନା ନିଜ ପରିବାର ଲୋକଙ୍କ ମୁୁହଁ ଦେଖିପାରିନଥିଲେ ।

ଏବେ ସମଗ୍ର ଭାରତ ବର୍ଷରେ ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଜୀବୀକା ସନ୍ଧାନରେ ଯାଇଛନ୍ତି । କିନ୍ତୁ କରୋନା ଯୋଗୁ ସମଗ୍ର ଦେଶରେ ହଠାତ ଲକ ଡାଉନ ହେବା ଯୋଗୁ କର୍ମଜୀବୀ ପୁରୁଷ ମହିଳାମାନେ ରୋଜଗାର ହରାଇ ଭୋକ ଉପାସରେ ପଡ଼ିବା ପରେ ନିଜ ଭିଟାମାଟିକୁ ଫେରିବାକୁ ବାହାରିଛନ୍ତି । କେତେ ସଂଖ୍ୟକ ଲୋକେ ନିଜ ଗାଁକୁ ଫେରିବାକୁ କେତେ ଉଦ୍ୱିଘ୍ନ ତାହା ଦିଲ୍ଲୀ, ଗାଜିଆବାଦ ଆଦି ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ହୋଇଥିବା ଜନଗହଳିରୁ ସ୍ପଷ୍ଟ ଜଣାପଡ଼ୁଛି । ହେଲେ ଟ୍ରେନ ନାହିଁ କି ଗାଡ଼ି ମଟର ନାହିଁ । କିଏ ସାଇକେଲରେ ଶହ ଶହ କିଲୋମିଟର ଅତିକ୍ରମ କରିବାକୁ ଚେଷ୍ଟା କରୁଛି ତ କିଏ ଚାଲି ଚାଲି ନିଜ ପରିବାର ନିକଟରେ ପହଂଚିବାର ଦୁଃସାହାସ କରୁଛି । ହେଲେ କରୋନା ସଂକ୍ରମଣ ଡରରେ ରାଜ୍ୟର ସୀମା ସିଲ ଯୋଗୁ ଶ୍ରମଜୀବୀ ଗରିବମାନେ ନିଜ ପରିବାର ନିକଟରେ ପହଂଚି ନପାରି ବାଟରେ ପଡ଼ିରହିବାକୁ ବାଧ୍ୟ ହେଉଛନ୍ତି । ଏବେ ଦେଶର ଏହି ପରିସ୍ଥିତି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରିସ୍ଥିତି ଠାରୁ ବଳେଇ ଯାଇଥିବା ପୁରୁଖା ଲୋକମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *