୨୪ ଘଣ୍ଟାରେ ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ; ୩୯୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କିଛି ସପ୍ତାହ ଧରି ଉଭୟ ହ୍ରାସ ଓ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟା ୩୦,୨୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସଶଧୀନ ଅବସ୍ଥାରେ ୩୯୧ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୩ ହଜାର ୦୧୯ରେ ପହଞ୍ଚିଛି।

ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୫୭ ହଜାର୦୨୯କୁ ବୃଦ୍ଧି ପାଇଛି। ୩,୫୬,୫୪୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୩ ଲକ୍ଷ ୫୭ ୪୬୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *