ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା; ୨୪ ଘଣ୍ଟାରେ ୫୦ ହଜାର ୨୦୯ ନୂଆ ଆକ୍ରାନ୍ତ, ୭୦୪ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଉଥିବା ବେଳେ ପୁଣି ଥରେ ସାମାନ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳଛି। ଗତ ୨୪ ଘଣ୍ଟାରେ ୫୦ ହଜାର ୨୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୬୪ ହଜାର ୦୮୬ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୭୦୪ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି।
ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୪ ହଜାର ୩୧୫ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୨୭ ହଜାର ୯୬୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୭ଲକ୍ଷ ୧୧ ହଜାର ୮୦୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।