ଗଞ୍ଜାମରେ ସୁଧୁରୁଛି ସ୍ଥିତି : ୮୪ % କରୋନା ସଂକ୍ରମିତ ସୁସ୍ଥ, ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନ ସାଧାରଣଙ୍କୁ ନିବେଦନ କଲେ ଜିଲ୍ଲାପାଳ

ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପ୍ଣଙ୍ଗଙ୍କ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଜିଲ୍ଲାରେ ପୂର୍ବାପେକ୍ଷା ୧୦ ଗୁଣା ଟେଷ୍ଟିଂ ବଢିଛି । ଏବେ ଜିଲ୍ଲାର ୮୪% ଗ୍ରାମାଞ୍ଚଳ କରୋନା ମୁକ୍ତ ଅଛି । ଗଞ୍ଜାମରେ ଟେଷ୍ଟିଂ ସଂଖ୍ୟା ଆଜି ୧ ଲକ୍ଷ ପାର କରିଛି । ଗ୍ରାମାଞ୍ଚଳରେ କୋଭିଡ ବେଡ ୫ ହଜାରରୁ ଅଧିକ ରହିଛି । ଏବେ ଲୋକାମନେ ମଧ୍ୟ ଟେଷ୍ଟିଂ ପାଇଁ ଆଗକୁ ଆସୁଛନ୍ତି ।

ସୂଚନାଯୋଗ୍ୟ,  ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *