୨ ମାସ ମଧ୍ୟରେ ଆସିବ କରୋନା ପ୍ରତିଷେଧକ ବଟିକା: ରଣଦୀପ ଗୁଲେରିଆ
ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅଣାୟତ ହୋଇ ଚାଲିଛି । ଏହାର ପ୍ରତିଷେଧକ ଟୀକା କିମ୍ବା ଔଷଧ କେବେ ଆସିବ ସେନେଇ ବିଶ୍ୱବାସୀ ଚିନ୍ତାରେ ଅଛନ୍ତି । ତେବେ ଅନେକ ନକରାତ୍ମକ ଖବର ମଧ୍ୟରେ ଏକ ଖୁସି ଖବର ଆସିଛି । ଆଗାମୀ ୨ ରୁ ୩ ମାସ ମଧ୍ୟରେ କରୋନାର ପ୍ରତିଷେଧକ ବଟିକା ଆସିପାରେ ବୋଲି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।
ଗୁଲେରିଆଙ୍କ ସୂଚନା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ପରୀକ୍ଷା କରାଯାଇଛି । ଏହି ପରୀକ୍ଷା ପରେ ପ୍ରତିଷେଧକ ଔଷଧ ଭାବରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଛି ମାତ୍ରାରେ ପ୍ରଭାବଶାଳୀ ବୋଲି ସୂଚନା ମିଳିଛି । ଏମ୍ସ ନିର୍ଦ୍ଦେଶକଙ୍କ ଦେଇଥିବା ସୁଚନା ଅନୁଯାୟୀ, କରୋନା ଔଷଧ ଦୁଇରୁ ତିନି ମାସ ମଧ୍ୟରେ ଆସିବା ସହ ପ୍ରତିଷେଧକ ଟୀକା ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଆସିପାରେ ।
ଅନ୍ୟଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର କମ୍ ରହିଥିବା ସେ କହିଛନ୍ତି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।