ପୁଣି କଂଗ୍ରେସକୁ ଝଟ୍‌କା: ବିଭୁ ତରାଇ ଇସ୍ତଫା ଦେଲେ

ରାଜ୍ୟ ନେତୃତ୍ଵ ଉପରେ ଅସନ୍ତୋଷ ଜାହିର କରି ଗୋଟିଏ ପରେ ଗୋଟିଏ ନେତା ଦଳର ନିଷ୍ପତ୍ତିକୁ ଅବଜ୍ଞା କରିବାରେ ଲାଗିଛନ୍ତି। ଏପରିକି ପାର୍ଟି ଟିକେଟ୍‌ ପାଇ ମଧ୍ୟ ତାହାକୁ ସ୍ଵୀକାର କରୁ ନାହାନ୍ତି କଂଗ୍ରେସ ନେତାଏଁ। ସେ ଜାନକୀ ନନ୍ଦନ ପୃଥ୍ବୀବଲ୍ଲଭ ହୁଅନ୍ତୁ କି ପିପିଲି ପ୍ରାର୍ଥୀ କେଦାର ସାମନ୍ତରାୟ ଟିକେଟ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ କଂଗ୍ରେସର ସକ୍ରିୟ ନେତା ତଥା ଅନୁସୂଚିତ ଜାତି ସେଲ୍‌ର ପ୍ରମୁଖ ବିଭୁ ପ୍ରସାଦ ତରାଇ ଦଳରୁ ଇସ୍ତଫା ଦେଇଛନ୍ତି।

ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ସେ ପାର୍ଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଶ୍ରୀ ତରାଇ, ସିପିଆଇ ଟିକେଟ୍‌ରୁ ଜଗତସିଂହପୁରରୁ ସାଂସଦ ଭାବେ ୨୦୦୯ ମସିୖହାରେ ନିର୍ବାଚିତ ହୋଇଥିଲେ। ହେଷଳ ୨୦୧୪ରେ ତାଙ୍କୁ ପରାଜୟ ଦେଖିବାକୁ ମିଳିୀଥିଲା। ବିଭୁ ସେତେବେଳେ କଂଗ୍ରେସ ଟିକେଟ୍‌ରୁ ଲଢ଼ିଥିଲେ ମଧ୍ୟ ନିକଟତମ ବିଜେଡି ପ୍ରାର୍ଥୀ ପାଇଥିବା ଭୋଟ୍‌ରୁ ଅଧାରୁ ସାମାନ୍ୟ ଅଧିକ ଭୋଟ୍‌ ପାଇଥିଲେ।

୨୦୧୯ ମସିହାରେ ସେ ସାଂସଦ ପାଇଁ ଲଢ଼ିବାକୁ ଆଶା କରିଥିଲେ। କିନ୍ତୁ ତାଙ୍କୁ ତିର୍ତ୍ତୋଲ୍‌ରୁ ଲଢ଼ିବାକୁ କୁହାଯାଇଥିଲା। ଏହାକୁ ବିରୋଧ କରି ଶ୍ରୀ ତରାଇ ଦଳ ଛାଡ଼ିଛନ୍ତି।

କଂଗ୍ରେସରେ ଅପରାଧୀଙ୍କୁ ସୁଯୋଗ ଦିଆଯାଇଛି। ବିଜେଡି ଓ କଂଗ୍ରେସ ଭିତରେ ଗୁପ୍ତ ବୁଝାମଣା ହୋଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଜଗତସିଂହପୁରରୁ ସାଂସଦ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପକ୍ଷରୁ ରାଜଶ୍ରୀ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ। ସେ ବିଜେପିରେ ଯୋଗ ଦେବା ନିଶ୍ଚିତ ହୋଇ ନଥିଲେ ମଧ୍ୟ ଏହା ଅସମ୍ଭବ ନୁହେଁ ବୋଲି ରାଜନୀତିକ ମହଲରେ ଚର୍ଚା ହେଉଛି।

କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି ଗୁପ୍ତ ବୁଝାମଣା

କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଛି ଗୁପ୍ତ ବୁଝାମଣା। ଏଥିପାଇଁ ଦଳ ବିଜେଡିକୁ ସୁହାଇବା ପରି ମଇଦାନକୁ ଦୁର୍ବଳ ପ୍ରାର୍ଥୀ ଓହ୍ଲାଇଛି। ଇସ୍ତଫା ଦେବା ପରେ ଏମିତି ଶାଣିତ ସ୍ଵରରେ କଂଗ୍ରେସ ଉପରେ ନିଜର କ୍ରୋଧ ଓଗାଳିଛନ୍ତି ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ। ସେ କହିଛନ୍ତି ଦଳ ନୀତି ଆଦର୍ଶ ଭୁଲି ଅପରାଧୀଙ୍କୁ ଦଳରେ ଟିକେଟ୍ ଦେଇଛି। ବିଜେଡି ସହିତ ଗୁପ୍ତରେ ସଂପର୍କ ରଖିଛି। ତରାଇ କହିଛନ୍ତି ଯେ, ଅରବିନ୍ଦ ସର୍ଖେଲ ଓରଫ ବାପି ନରହତ୍ୟା ଅପରାଧରେ ଜଡ଼ିତ ଜଣେ ଆସାମୀ। କିନ୍ତୁ ଦଳ ତାଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ପାରାଦୀପ ମୋର ଜନ୍ମମାଟି ହୋଇଥିବାରୁ ଏଭଳି  ପ୍ରାର୍ଥୀକୁ ମୁଁ ଗ୍ରହଣ କରି ପାରୁନି। ଏହା ମୋର ବିବେଦକୁ ବହୁତ ବାଧା ଦେଇଛି। ତେଣୁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।

କଂଗ୍ରେସ ହରଡ଼ଘଣାରେ : ଯୁଧିଷ୍ଠିର ସାମନ୍ତରାୟ ନିର୍ବାଚନ ଲଢ଼ିବାକୁ

ସର୍ବଭାରତୀୟ ଚାକିରିରେ ଲ୍ୟାଟେରାଲ୍‌ ଏଣ୍ଟ୍ରି ସୁବିଧା କରିବ କଂଗ୍ରେସ

Leave a Reply

Your email address will not be published. Required fields are marked *