ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାଣ୍ଟିବେ ହେଲଥ କାର୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ବ୍ରହ୍ମଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟିବେ ମୁଖ୍ୟମନ୍ତ୍ରୀ। ଏଥି ସହିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମଗିରି ବ୍ଲକରେ ବହୁ ଆକାଂକ୍ଷିତ ମିନି ସଚିବାଳୟକୁ ଲୋକାର୍ପିତ କରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୁଧବାର ଅପରାହ୍ନରେ ବ୍ରହ୍ମଗିରି କେରାଣ୍ଡିଆ ହେଲିପ୍ୟାଡ଼ଠାରେ ଥିବା ସଭାସ୍ଥଳର ସ୍ଥିତି ପରଖିବା ସହିତ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ପୋଲିସ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ। ରାଜ୍ୟ ଖାଦ୍ୟ ଯୋଗଣ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କେ.ବିଶାଲ ସିଂ।

ଏନେଇ ବ୍ରହ୍ମଗିରି ପୂର୍ତ୍ତବିଭାଗ ବଙ୍ଗଳାରେ ଅନୁଷ୍ଠତି ଏକ ସମ୍ବାଦିକ ସମ୍ମିଳନୀରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଛନ୍ତି ଯେ, କୋଭିଡ୍ କଟକଣା ମଧ୍ୟରେ ୨ବର୍ଷ ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମଗିରି ଗସ୍ତରେ ଆସୁଛନ୍ତି। ପ୍ରାୟ ୫ଶହ କୋଟି ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ଉନ୍ନତି ପ୍ରକଳ୍ପ କାର୍ଯ୍ୟର ଦଶହରା ଭେଟି ଦେଉଥିବାରୁ ବ୍ରହ୍ମଗରି ଅଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *