ଆଜି ରମାଦେବୀ ଆସିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ। ବିଶ୍ବବିଦ୍ୟାଳୟର ୪ ନୂଆ ଅଟ୍ଟାଳିକାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟକୁ ଆଲୋକମାଳାରେ ସଜ୍ଜା ଯାଇଛି। କ୍ୟାମ୍ପସ୍‌ ଚଳଚଞ୍ଚଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପ୍ରାୟ ୧୫ ମିନିଟ୍‌ ମୁଖ୍ୟମନ୍ତ୍ରୀ ବିଶ୍ବବିଦ୍ୟାଳୟରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ପରିସରକୁ ସଫା କରାଯାଇଥିବାବେଳେ ବାହାର ଓ ଭିତରେ ଆଲୋକମାଳରେ ସଜ୍ଜା ଯାଇଛି। ଉତ୍ସବରେ କର୍ମଚାରୀ, ଛାତ୍ରୀଙ୍କ ସହ ପୁରାତନ ଛାତ୍ରୀ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ରହଣିବେଳେ ସଂକ୍ଷିପ୍ତ ସାଧାରଣ ସଭା କରାଯିବ। କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା ଓ ବିଜ୍ଞାନ ବ୍ଲକ୍‍, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଲୋକାପର୍ଣ କରାଯିବ। ତିନିଟି ଅଟ୍ଟାଳିକା ରୁସା ପାଣ୍ଠିରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଅଟ୍ଟାଳିକା ରାଜ୍ୟ ଅନୁଦାନରେ ନିର୍ମାଣ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ।

Leave a Reply

Your email address will not be published. Required fields are marked *