ଭାରତ-ଚୀନ ସୀମା ବିବାଦ ଉପରେ ମତ ରଖିଲେ ଜିନପିଙ୍ଗ, କହିଲେ ଦେଶ-ଦେଶ ମଧ୍ୟରେ ମତଭେଦ ହେବା ସାଧାରଣ କଥା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଦେଶ ଭିତରେ ମତଭେଦ ତଥା ମତାନ୍ତର ହେବା ସାଧାରଣ କଥା। ଏହା କିଛି ନୂଆ କଥା ନୁହେଁ। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମତଭେଦକୁ କଥାବାର୍ତା ଓ ପରାମର୍ଶ ମାଧ୍ୟମରେ ସମାଧାନ କରିବା।

ମିଳିତ ଜାତିସଂଘର ସାଧାରଣ ସଭାରେ ଜିନିପିଙ୍ଗ ଏଭଳି କିଛି କହିଛନ୍ତି। ଏହା ବାଦ୍ ସେ କହିଛନ୍ତି ଯେ ଭାଇରସ ପରାଜିତ ହୋଇଯିବ। ଭାଇରସ ନାଁରେ କୌଣସି ଦେଶକୁ କଳଙ୍କିତ କରିବାର ପ୍ରୟାସକୁ ଅସ୍ବୀକାର କରିବା ଦରକାର।

ଭାରତ-ଚୀନ ସୀମା ବିବାଦ ଉପରେ ଜିନିପିଙ୍ଗ କହିଛନ୍ତି ଦୁଇ ଦେଶର ମତଭେଦ ଅତି ସାଧାରଣ ହେଲେ ହେଁ ପରାମର୍ଶ ତଥା ଆଲୋଚନା ମାଧ୍ୟମରେ ଏହାକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖାଯାଉ। ସେ ଆହୁରି କହିଛନ୍ତି ଚୀନ ଦୁନିଆର ସବୁଠୁ ବଡ଼ ଓ ଶାନ୍ତିପ୍ରିୟ ଦେଶ। କେବେ ବି ନିଜର ବିସ୍ତାର କିମ୍ବା ପ୍ରଭାବ ଦ୍ବାରା କୌଣସି ଦେଶ ସହ ଯୁଦ୍ଧ କରିବା ଯୋଜନା କରେ ନାହିଁ।

Leave a Reply

Your email address will not be published. Required fields are marked *