ମାନିଲା ଚୀନ୍: ଗଲୱାନ‌ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ ପ୍ରାଣହାନୀ ହୋଇଥିଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ବେଳେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା ଚୀନ। ଏତେ ଦିନ ପରେ ସତ ମାନିଛି ଚୀନ । ଚୀନ୍ ପକ୍ଷରୁ ପ୍ରଥମ ଥର ପାଇଁ ଗ୍ରହଣ କରାଯାଇଛି ଯେ, ଗଲୱାନ ଉପତ୍ୟକାର ସଂଘର୍ଷରେ ତାଙ୍କ ସୈନିକମାନଙ୍କର ମଧ୍ୟ ପ୍ରାଣହାନୀ ହୋଇଥିଲା। ପୂର୍ବରୁ ଚୀନ୍ ଏହାକୁ ଗ୍ରହଣ କରୁନଥିଲା। ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ସ୍ୱୀକାର କରିଛନ୍ତି ଯେ, ଗଲୱାନ ଭ୍ୟାଲିରେ ଚୀନ୍‌ର ସେନା କ୍ଷତିଗ୍ରସ୍ତ ହୋଇଥିଲା ଏବଂ କିଛି ସୈନିକଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା।

ଗ୍ଲୋବାଲ ଟାଇମ୍ସ ସଂପାଦକ ହୁ ଝିଜିନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବିବୃତ୍ତିରେ ଟୁଇଟ୍ କରି କହିଛନ୍ତି ଯେ, ଗଲୱାନ ଭ୍ୟାଲିର ସଂଘର୍ଷରେ ଚୀନ୍ ସେନାର ମୃତ୍ୟୁ ସଂଖ୍ୟା ଭାରତୀୟ ସେନାର ମୃତ୍ୟୁ ସଂଖ୍ୟାଠାରୁ କମ୍ ଥିଲା | କେବଳ ଏତିକି ନୁହେଁ, କୌଣସି ଚୀନ୍ ସୈନିକ ଭାରତ ଦ୍ୱାରା ବନ୍ଦୀ ହୋଇନଥିଲେ, କିନ୍ତୁ ସଂଘର୍ଷ ଦିନ ଚୀନ୍ ଭାରତୀୟ ସୈନିକମାନଙ୍କୁ ଗିରଫ କରିଥିଲା।

 

Leave a Reply

Your email address will not be published. Required fields are marked *