ଚିଳିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ବିଜେଡି ସୁପ୍ରିମୋ, ଦଳରୁ ନିଲମ୍ବିତ

ଚିଲିକା, (ଓଡିଶା ଟାଇମ୍): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରୁ ନିଲମ୍ବିତ। ବାଲୁଗାଁ ଏନଏସି ଅଫିସ ଆଗରେ ଗଣ୍ଡଗୋଳ କରିବା ତାଙ୍କୁ ମହଙ୍ଗା ପଡିଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଜଗଦେବଙ୍କୁ ଦଳରୁ ବୁଧବାର ନିଲମ୍ବିତ କରିଛନ୍ତି। ପ୍ରଶାନ୍ତ ବିଜେପି ବିଧାୟକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ବିଧାୟକ  ବାଲୁଗାଁ ଏନଏସି ଅଫିସ ଆଗରେ ମାଡ ମାରିଥିଲେ। ଏ ନେଇ ଜଗଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକଙ୍କ ମାଡ ମରାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ସହ  ନିରଞ୍ଜନଙ୍କୁ ମାଡ ମରା ନେଇ ବିଜେପି ଶାସକ ବିଜୁ ଜନତା ଦଳକୁ ଟାର୍ଗେଟ୍ କରିଥିଲା। ଏହି କାରଣରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କର ଆଚରଣ ନେଇ ଅତୀତରେ ଅନେକ ଥର ବିବାଦୀୟ ହୋଇଛନ୍ତି। ତାଙ୍କ ନାଁରେ ମଧ୍ୟ ଉତ୍ସୃଙ୍ଖଳ ଆଚରଣ ନେଇ ଅଭିଯୋଗର ଚର୍ଚ୍ଚା। ଅନେକ ସମୟରେ ହୋଇ ଆସିଛି। ଦଳର ଭାବମୂର୍ତ୍ତି ଦୃଷ୍ଟିରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ  ଗଣେଶ ଜଗଦେବ ଓରଫ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହା ନବୀନ  ସରକାରଙ୍କ ପଞ୍ଚମ ପାଳିରେ ପ୍ରଥମ ବଡ ଆକ୍ସନ ଏବଂ ଦଳରୁ ନିଲମ୍ବିତ ହେବାରେ ପଞ୍ଚମ ପାଳିରେ ପ୍ରଶାନ୍ତ ଜଗଦେବ ପ୍ରଥମ ବିଧାୟକ।

Leave a Reply

Your email address will not be published. Required fields are marked *