ଆଜି ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା, ଚଳଚଞ୍ଚଳ ମାଣିକେଶ୍ୱରୀ ପୀଠ

କଳାହାଣ୍ଡି, (ଓଡିଶା ଟାଇମ୍): ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କୋଭିଡ କଟକଣା ପାଇଁ ବିନା ଭକ୍ତ ରେ ଅନୁଷ୍ଠିତ ହେଉଛି ପରମ୍ପରା। ସହରରେ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ ।

ଭବାନୀପାଟଣା ମାଁ ମାଣିକେଶ୍ବରୀଙ୍କ ମୂଳ ଆସ୍ଥାନ ମନ୍ଦିର ଠାରୁ ମାଁଙ୍କ ପ୍ରତିକ ଛତର ଭୋର ୫ ଟା ରେ ବାହାରୀ ସହର ଉପକଣ୍ଠ ଜେନାଖାଲରେ ଗୁପ୍ତ ପୂଜା ଜାରି ରହିଛି। ଛତର ଯାତ୍ରା ସମୟରେ ଭବାନୀପାଟଣା ସହରରେ ପ୍ରଶାସନ ୧୪୪ ଧାରା ଲାଗୁ କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ସହର ରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଛତର ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ବିନା ଭକ୍ତ ରେ ପରମ୍ପରା ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *