ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) : CBSE ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନ www.cbse.nic.in ଓ cbseresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଜାଣିପାରିବେ।
ଛାତ୍ରଛାତ୍ରୀମାନେ ଏହି ଦୁଇଟି ଓ୍ୱେବସାଇଟ୍ ମାଧ୍ୟରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ପ୍ରାୟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଅନ୍ତ ହୋଇଛି । ଆଜି ରେଜଲ୍ଟ ପ୍ରକାଶ ପାଇବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରୀୱାଲ ମଙ୍ଗଳବାର ଦିନ ଟ୍ୱିଟ୍ କରି ସୂଚନା ଦେଇଥିଲେ ।
ସେହିପରି ସୋମବାର ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଫଳାଫଳ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ୮୮.୭୮ ପ୍ରତିଶତ ରହିଛି । ଦ୍ୱାଦଶ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି ।