ଭୁବନେଶ୍ୱରରୁ ନୟାଗଡ଼ ସହର ଟ୍ରେନ୍‌ରେ ସିସିଟିଭି ସହ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) ପ୍ରଥମଥର ପାଇଁ ଭୁବନେଶ୍ୱର-ନୟାଗଡ଼ ଟାଉନ ମେମୁ ଟ୍ରେନରେ ସିସିଟିଭି ପର୍ଯ୍ୟବେକ୍ଷଣ ସହିତ ଆଧୁନିକ ସୁବିଧା ପ୍ରଦାନ କରିଛି ଭାରତୀୟ ରେଳ। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ୍, ଭିତର ପ୍ୟାନେଲଗୁଡିକ ମଧ୍ୟ ଫାଇବର-ସଶକ୍ତ ପ୍ଲାଷ୍ଟିକ୍ (FRP) ଦ୍ୱାରା ନିର୍ମାଣ କରାଯାଇଅଛି। ଏହା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ତଥା ଆରାମ ଦାୟକ ଯାତ୍ରାକୁ ନିଶ୍ଚିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।
ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ। ସମ୍ମୁଖରେ ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଏରୋଡାଇନାମିକ୍ ଆକୃତି କରାଯାଇଛି। ଏର୍ଗୋନୋମିକ୍ FRP ଡ୍ରାଇଭ୍ ଡେସ୍କ ଏକ ଉତ୍ତମ ଦୃଶ୍ୟ ଏବଂ ଟ୍ରେନ ପରିଚାଳନା ପାଇଁ ସହଜ କରାଇଥାଏ। ଜର୍କ ମୁକ୍ତ ଯାତ୍ରା ପାଇଁ ଏୟାର ସସପେନ୍ସ ମନିଟରିଂ ସିଷ୍ଟମ ଏବଂ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ ଡ୍ରାଇଭରର ଆରାମକୁ ନିଶ୍ଚିତ କରାଇଥାଏ |
ଏହି MEMU ଟ୍ରେନ୍ରେ ନିରାପଦ ଯାତ୍ରା ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ସ୍ଲିପ୍ ଫ୍ରି ଚଟାଣ, ଆରାମଦାୟକ ଯାତ୍ରା ପାଇଁ କୁସନ ଯୁକ୍ତ ବେଞ୍ଚ, ସୁରକ୍ଷିତ ଏବଂ ସହଜ ଭାବେ ଗୋଟିଏ କୋଚରୁ ଅନ୍ୟ କୋଚ୍ ଯିବା ଆସିବା ପାଇଁ କୋଚ୍ ମଧ୍ୟରେ ବ୍ୟାପକ ଭେଷ୍ଟିବୁଲ୍, ଯାତ୍ରୀଙ୍କ ସହଜ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ହାଲୁକା ଆଲୁମିନିୟମ୍ ଦ୍ୱୈତ ସ୍ଲାଇଡିଂ କବାଟ ଅଛି। ଉନ୍ନତ ଯାତ୍ରା ପାଇଁ ସେକେଣ୍ଡାରୀ ସସ୍ପେନସନ ବଗି, ଉନ୍ନତ ହ୍ୟାଣ୍ଡ ହୋଲଡ଼ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ମଡ୍ୟୁଲାର୍ ଟଏଲେଟ୍ ସହିତ ବାୟୋ-ଧାରଣ ଏବଂ ଟ୍ରାକ୍ ଉପରେ ସ୍ପିଲେଜ୍ ରୋକିବା, ଏଲଇଡି ଲାଇଟ୍, ଷ୍ଟେନଲେସ୍ ଷ୍ଟିଲ୍ ଲଗେଜ୍ ରେକ୍, ଆଭ୍ୟନ୍ତରୀଣ ସାଜସଯ୍ୟରେ ଫାଇବର ରିଫୋର୍ଡ ପ୍ଲାଷ୍ଟିକ୍ (FRP) ସ୍ଥାନ ଇତ୍ୟାଦି ଯୋଗାଇ ଦିଆଯାଇଅଛି |
ଏହି MEMU ରେକ୍ ଆଠଟି କୋଚକୁ ନେଇ ଗଠିତ ଏବଂ ଏଥିରେ ଛିଡ଼ାହୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ 614 ଜଣ ବସିକି ଯାତ୍ରା କରିପାରିବେ | ଏହି ମେମୁ 25 kv AC ଓଭରହେଡ୍ ଟ୍ରାକ୍ସନ୍ ଉପରେ ପରିଚାଳିତ ଏବଂ ଏଥିରେ 3 ଟି ପର୍ଯ୍ୟାୟ ଅନ୍-ବୋର୍ଡ ସ୍ୱଦେଶୀ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ୍ ଅଛି, ଯାହା 35% ପର୍ଯ୍ୟନ୍ତ ଶକ୍ତି ସଞ୍ଚୟ କରିବା ସହିତ ଉଇଂଣ୍ତ ମାନର ବ୍ରେକିଂ ସିଷ୍ଟମ୍ ଲଗାଯାଇଛି।

Leave a Reply

Your email address will not be published. Required fields are marked *