ଘୋଷଣା ହେଲା ସିବିଏସଇ ପରୀକ୍ଷା ଫଳ ତାରିଖ

ଭୁବନେଶ୍ବର, (ଓଡିଶା ଟାଇମ୍) : ସିବିଏସ୍‌ଇ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୧ରେ ଦ୍ବାଦଶ ଶ୍ରେଣୀ ଏବଂ ଜୁଲାଇ ୧୩ ରେ ଦଶମ ଶ୍ରେଣୀ ସିବିଏସ୍‌ସି ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ପ୍ରକାଶନ ତାରିଖ ଧାର୍ଯ୍ୟ ନେଇ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ସିବିଏସ୍‌ଇ ପରୀକ୍ଷାଫଳ results.nic.in ଏବଂ cbseresults.nic.inରେ ଉପଲବ୍ଧ ହେବ ସିବିଏସ୍‌ଇ ପକ୍ଷରୁ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି ଦୁଇଟି ୱେବ୍‌ସାଇଟ୍‌କୁ ବ୍ରାଉଜିଂ କରି ସେମାନଙ୍କ ପରୀକ୍ଷାଫଳ ଜାଣିପାରିବେ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆତଙ୍କ ଦେଖା ଦେଇଥିବାରୁ ସ୍କୁଲଠାରୁ ଆରମ୍ଭ କରି କଲେଜ ମଧ୍ୟ ବନ୍ଦ ରହିଥିଲା । ଏଥିସହିତ ସମସ୍ତ ପରୀକ୍ଷା ଓ ଆଗରୁ ହୋଇଥିବା ପରୀକ୍ଷା ଖାତା ଦେଖା ମଧ୍ୟ ବନ୍ଦ ଥିଲା । କିନ୍ତୁ ଏବେ ସିବିଏସିଇର ରେଜଲ୍ଡ ପ୍ରକାଶ ପାଇବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *