ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ଆସିବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଫଳାଫଳ । ମଧ୍ୟାହ୍ନ ୧୨ଟାରେ ଘୋଷଣା ହେବ ରେଜଲ୍ଟ । cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେବ ରୋଜଲ୍ଟ । ଏଗୁଡିକ ବ୍ୟତୀତ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ IVS, SMS, Digilocker ଏବଂ UMANG ଆପରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ ।

ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏହାସହ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି । ସେମାନେ ଅଫଲାଇନ ଜରିଆରେ ଶାରୀରିକ ପରୀକ୍ଷା ଦେଇପାରିବେ । COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *