ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଲା ବସ୍, ୧୧ ଯାତ୍ରୀ ଆହତ

ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନିକଟ ତ୍ରିଶୁଳପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଭାରସାମ୍ୟ ହରାଇ ଏକ ବସ ଓଲଟିପଡ଼ିବାରୁ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉକ୍ତ ବସଟି ବାଲେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *