ଲୋକସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଛନ୍ତି ବଜେଟ୍ ୨୦୨୨-୨୩- ଜାଣନ୍ତୁ ଅପ୍ଡେଟ୍
ଭୁବନେଶ୍ଵର (ଓଡ଼ିଶା ଟାଇମ୍) :
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରୁଛନ୍ତି। ସ୍ୱାଧୀନ ଭାରତ ୧୦୦ ବର୍ଷରେ ପହଞ୍ଚିବାକୁ ଆଖିରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହି ସମୟରେ ଦେଶର ମୁଳଦୂଆକୁ ଆହୁରି ମଜଭୁତ କରିବାରେ ଏହି ବଜେଟ୍ ସହାୟକ ହେବ ବୋଲି ସେ ଆଶା କରିଛନ୍ତି।
ପ୍ରଥମଥା ପାଇ: ଡିଜିଟାଲ୍ ମାଧ୍ୟମକୁ ଏହି ବଜେଟ୍ ଉପସ୍ଥାପନ ଲାଗି ବ୍ୟବହାର କରାଯାଇଛି। ସଂସଦର ସଦସ୍ୟମାନେ ଏହି ବଜେଟ୍କୁ ଛାପା କପି ମାଧ୍ୟମରେ ପାଇବ ସୁଯୋଗ ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି।
ଏହି ବଜେଟ୍ ବିକାଶର ଗତିକୁ ଆହୁରି ଶକ୍ତି ଦେବ ବୋଲି କହିଛନ୍ତି ସୀତାରମଣ।ଏହା ଆସନ୍ତା ୨୫ ବର୍ଷର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ବୋଲି ସେ କହିଛନ୍ତି।
- କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କୁ ସହାୟକ ହେବା ଲାଗି ରେଳବାଇ ସହାୟକ ହେବ। ଏହି ବର୍ଷ ଗୋଟିଏ ଷ୍ଟେସନ୍ ଯେମିତି ଗୋଟିଏ ଉତ୍ପାଦକୁ ପ୍ରାଧାନ୍ୟ ଦେଇ ପରିଚୟ ପ୍ରଦାନ କରିବ ସେ ନେଇ ପଦକ୍ଷେପ ନେବ।
- ୧୦୦ମଲ୍ଟିମୋଡାଲ୍ କାର୍ଗୋ ଟର୍ମିନାଲ୍ ଆରମ୍ଭ ହେବ। ଏହାଦ୍ୱାରା ସହରାଞ୍ଚଳ ଯୋଗାଯୋଗ ପ୍ରକ୍ରିୟା ମଜଭୁତ ହେବ।
- ପର୍ବତମାଳା: ପର୍ବଚାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ୬ହ କିଲୋମିଟର ଲମ୍ବ ରାସ୍ତା ପାଇଁ ଏବର୍ଷ ଚୁକ୍ତି ପ୍ରଦାନ କରାଯିବ।
- ୨୦୨୨-୨୩ ହେବ ମିଲେଟ୍ ବର୍ଷ। ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରସାର ପାଇଁ ବ୍ୟବସ୍ଥା।
- ତୈଳବୀଜ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ।
- ରାଜ୍ୟଗୁଡ଼ିକୁ ଅର୍ଗାନିକ୍ ଫାର୍ମିଂ, ପରିଚାଳନା ପାଇଁ ସହଯୋଗ କରାଯିବ। ରାଜ୍ୟରେ ଥିବା କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ହେବ ଏହି ପଦକ୍ଷେପ।
- ୬୨ ଲକ୍ଷ ଲୋକଙ୍କୁ ପିଇବାପାଣି,
- ଗଙ୍ଗା, କ୍ରିଷ୍ଣା, ଗୋଦାବରୀ, କାବେରୀ ନଦୀର ହେବ ସଂଯୋଗୀକରଣ। ହିତାଧିକାରୀଙ୍କ ସହଯୋଗ ପରେ କେନ୍ଦ୍ର ଦେବ ସହାୟତା।
- ଜରୁରୀକାଳୀନ ଋଣ ବ୍ୟବସ୍ଥା: ୧୩୦ ଲକ୍ଷ ଏମ୍ଏସ୍ଏମ୍ଇଙ୍କୁ ସହାୟତା ଦେଉଛି।
- ସ୍କୁଲ୍ଗୁଡ଼ିକରେ ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳରେ ଆମେ ଅତିରିକ୍ତ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ସମ୍ପ୍ରସାରଣ। ସବୁ ଭାଷାରେ ହେବ କାର୍ଯ୍ୟକ୍ରମ। ଟିଭି, ଡିଜିଟାଲ୍ ଏବଂ ରେଡିଓ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିବେଷଣ ହେବ। ଏହାଦ୍ୱାରା ୧୨ରୁ ୨୦୦କୁ ବଢ଼ିବ ଇ ବିଦ୍ୟା ଚାନେଲ୍ ସଂଖ୍ୟା।
- ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପେନ୍ସନ୍ ଆକାଉଣ୍ଟକୁ ଅଧିକ ଟଙ୍କା ଦେବେ ରାଜ୍ୟ ସରକାରୀ କର୍ମଚାରୀ। ଦରମାର ୧୪ ପ୍ରତିଶତ ଅବଦାନ ରହିବ।
- ସମବାୟ ପାଇଁ ସର୍ବନିମ୍ନ ଟିକସ ୧୫ ପ୍ରତିଶତକୁ ହ୍ରାସ
- ଟିକସ ଜମାରେ ସଂଶୋଧନ ପାଇଁ ଟିକସଦାତାଙ୍କୁ ୨ ବର୍ଷ ଅଧିକ ସମୟ, ଏହି ସମୟରେ ଦାଖଲ କରିହେବ ଅପ୍ଡେଟେଡ଼୍ ରିଟର୍ନ
- ଡିଜିଟାଲ୍ ଭଚୁଆଲ୍ ସମ୍ପତ୍ତି କିଣାବିକାରେ ୩୦% ଟିକସ
- ଇନ୍କମ୍ ଟ୍ୟାକ୍ସରେ କୌଣସି ପରିବର୍ତ୍ତନ ନାହିଁ।
- ପିଏମ୍ଗତିଶକ୍ତି ଯୋଜନା ଉପରେ ଗୁରୁତ୍ୱ
- ୬୦ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
- ୬୨ ଲକ୍ଷ ଲୋକଙ୍କୁ ପାନୀୟଜଳ ସଂଯୋଗ
- ୫ ନଦୀ ଯୋଡ଼ାଯିବ।
- ପାହାଡ଼ି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ପର୍ବତମାଳା
- କ୍ରିପେ୍ଟୋ କରେନ୍ସୀ ଉପରେ ହେବ ୩୦ % ଟିକସ
- ପିଏମ୍ ଅବାସ ପାଇଁ ୪୮୦୦୦ କୋଟି
- ଭର୍ଚୁଆଲ୍ ସମ୍ପତ୍ତି କାରବାରରେ ୧% ଟିଡିଏସ୍
- ୩ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍
- ରେଳବାଇରେ ପିପିପି ମଡେଲ୍ ବିକାଶ
- କ୍ୟାପିଟାଲ୍ ଗେନ୍ସରେ ସର୍ବାଧକ ୧୪% ଟିକସ