ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ

ବ୍ରହ୍ମପୁର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଟକ ଓ ଭୁବନେଶ୍ୱରରୁ ଯେପରି ଭାବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହୋଇଥିଲା ତାହାକୁ ଦୃଷ୍ଟିରେ ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ କରାଯାଇଛି ।

କେବଳ ଗୁରୁତର ରୋଗୀଙ୍କୁ OPDକୁ ଯିବାକୁ ଅନୁମତି ଦିଆଯିବ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଂଜାମ ଜିଲ୍ଲାପାଳ ଏହିପରି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ। ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ।

ଏଥିସହିତ ଗତକାଲି ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଥିଲା । ୫ଟି ବ୍ଲକ ସଦର ମହକୁମା ଓ ୧୭ଟି ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *