ଅନ୍‌ଲାଇନ୍‌ରେ ହେବ ଇଞ୍ଜିନିୟରିଂ ପରୀକ୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବିଜୁ ପଟ୍ଟନାୟକ ଇଞ୍ଜିନିୟରିଂ କଲେଜ୍‌ ଅଧୀନସ୍ଥ  ଇଞ୍ଜିନିୟରିଂ କଲେଜରେ ଅଷ୍ଟମ ସେମିଷ୍ଟର ପରୀକ୍ଷା ହେବ। ଅନ୍‌ଲାଇନ୍‌ ମୋଡ୍‌ରେ ଏହି ପରୀକ୍ଷା ଆୟୋଜନ କରାଯିବ।  ଜୁଲାଇ ପ୍ରଥମରୁ ଦ୍ଵିତୀୟ ସପ୍ତାହ ଭିତରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି। ଯେଉଁମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଇଚ୍ଛା କରିବେ ନାହିଁ ସେମାନଙ୍କ ଲାଗି ଅଫ୍‌ଲାଇନ୍‌ ମୋଡ୍‌ରେ ସାଧାରଣ ପରୀକ୍ଷା ଭଳି ପରୀକ୍ଷା ଆୟୋଜନ କରାଯିବ। କିନ୍ତୁ ଏଥିଲାଗି କୌଣସି ତାରିଖ ସ୍ଥିର କରାଯାଇପାରି ନାହିଁ। କଲେଜ୍‌ ଖେଶଲି ପରିସ୍ଥିତି ସ୍ଵଭାବିକ ହେଲେ ସେମାନେ ଏହି ପରୀକ୍ଷା ଦେଇପାରିବେ।

ଏକ ସମୀକ୍ଷା ପରେ ଶ୍ରୀ ନାୟକ କହିଛନ୍ତି ରାଜ୍ୟର ପ୍ରତି ଜିଲ୍ଲାରେ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର ଖୋଲାଯିବ। ରାଜ୍ୟ ବାହାରେ ମଧ୍‌ୟପରୀକ୍ଷା କେନ୍ଦ୍ର ଖୋଲାଯିବ। ଏ ବାବଦରେ ବିପିୟୁଟି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।

ଜୁନ୍‌ ୭ ତାରିଖରେ ଏହି ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପରୀକ୍ଷା ଆୟୋଜନ କରିବାକୁ ଘୋଷଣା କରାଯାଇଥିଲା। ଜୁନ୍‌ ଶେଷ ବା ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହେବ ବୋଲି କୁହାଯାଇଥିଲା।

Leave a Reply

Your email address will not be published. Required fields are marked *