ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍‌ହାର ୯୩ ପ୍ରତିଶତ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିପିୟୁଟିର ବିଟେକ୍ ଓ ଏମ୍ଏସସି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସମୁଦାୟ ୧୧ ହଜାର ୭ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ମୋଟ ୯୭, ୩୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଥିଲେ। ୩୮, ୩୦୧ ଛାତ୍ର ପାସ୍ କରିଥିବା ବେଳେ ୩୦, ୦୭୩ ଜଣ ଛାତ୍ରୀ ପାସ୍ କରିଛନ୍ତି।

Leave a Reply

Your email address will not be published. Required fields are marked *