ହିମାଚଳପ୍ରଦେଶରେ ଭୂସ୍ଖଳନ ; ୪୦ ରୁ ଅଧିକ ଲୋକେ ଚାପି ହୋଇରହିଥିବା ଆଶଙ୍କା

କିନୌର ,(ଓଡିଶାଟାଇମ୍): ଆଜି ହିମାଚଳପ୍ରଦେଶରେ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି । କିନୌର ଜିଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଚୀଲ ଜଙ୍ଗଲ ନିକଟରେ ପାହାଡ ଧସିବା ଫଳରେ ଯାଉଥିବା ସରକାରୀ ବସ,ଟ୍ରକ ଅନ୍ୟ କିଛି ଗାଡି ସହ ୪୦ ରୁ ଅଧିକ ଲୋକେ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *