କଙ୍ଗନାଙ୍କ ଅଫିସରେ ଚାଲିଲା ବିଏମସିର ବୁଲଡୋଜର, ରାମ ମନ୍ଦିର ସହ ତୁଳନା କରି କଙ୍ଗନା ରଣାୱତ୍ କହିଲେ ବାବର୍‌ ତାହାକୁ ଭାଙ୍ଗୁଛନ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :  କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା ।ବିଏମସି କର୍ମଚାରୀ ତାଙ୍କ ଅଫିସରେ ପହଞ୍ଚିଥିଲେ । କଙ୍ଗନାଙ୍କ ଅଫିସରେ ଅବୈଧ ନିର୍ମାଣ ନେଇ ବିଏମସି ନୋଟିସ ଜାରି କରିଥିଲା ।କଙ୍ଗନା ଟ୍ୱିଟ କରି କହିଛନ୍ତି ଯେ, ତାଙ୍କ ଶତ୍ରୁ ପୁଣିଥରେ ପ୍ରମାଣ କରିଛନ୍ତି ସେ କଣ । ସେଥିପାଇଁ ସେ ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ ବୋଲି କହିଛନ୍ତି।

ଟୁଇଟ୍ କରି ସେ ଲେଖିଛନ୍ତି, ମଣିକର୍ଣ୍ଣିକା ଫିଲ୍ମସ୍‌ରେ ପ୍ରଥମ ଫିଲ୍ମ ଅଯୋଧ୍ୟା ଘୋଷିତ ହୋଇଥିଲା। ତାହା ମୋ ପାଇଁ ଖାଲି ଅଟ୍ଟାଳିକା ନୁହେଁ, ରାମ ମନ୍ଦିର ଅଟେ। ଆଜି ବାବର ଆସିଛନ୍ତି, ଆଜି ଇତିହାସ ନିଜର ପୁନରାବୃତ୍ତି କରିବ। ରାମ ମନ୍ଦିର ପୁଣି ଭାଙ୍ଗିବ। କିନ୍ତୁ, ମନେରଖର ବାବର, ଏ ମନ୍ଦିର ପୁଣି ନିର୍ମାଣ ହେବ, ଏ ମନ୍ଦିର ପୁଣି ନିର୍ମାଣ ହେବ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। 

ଗଣମାଧ୍ୟମକୁ ଜଣେ ବରିଷ୍ଠ ‘ବିଏମ୍‌ସି’ ଅଧିକାରୀ କହିଛନ୍ତି, ନୋଟିସ୍‌ର ଜବାବ ଦେବାକୁ ଆମେ ୨୪ ଘଣ୍ଟା ସମୟ ଦେଇଥିଲୁ, କିନ୍ତୁ ସେ ଉତ୍ତର ଦେଲେନାହିଁ। ସେ ପୁଣି କହିଲେ କି, କଙ୍ଗନା ରଣାୱାତଙ୍କ କାର୍ଯ୍ୟାଳୟ ମଧ୍ୟରେ କେତେଗୁଡ଼ିଏ ବେଆଇନ୍ ଏବଂ ଅନଧିକୃତ ନିର୍ମାଣ ହୋଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Leave a Reply

Your email address will not be published. Required fields are marked *