ବନ୍ଦ ହେଲା ଭୁବନେଶ୍ୱର ୟୁନିଟ-୧ ହାଟ
ଭୁବନେଶ୍ବର, (ଓଡିଶା ଟାଇମ୍): କୋଭିଡ କଟକଣାକୁ ଦେଖି ଭୁବନେଶ୍ୱର ୟୁନିଟ-୧ ଭିତର ହାଟକୁ ବନ୍ଦ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ହାଟ ବନ୍ଦ ରହିବ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି।
ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ କରାଯାଇଛି। କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ BMC ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ହାଟ ଭିତରେ ଲୋକ ଭିଡ ହେଉଥିବାରୁ ଏଠାରେ କୋଭିଡ ନିୟମ ପାଳନ କରାଯାଉ ନାହିଁ। ଏହାକୁ ଦୃଷ୍ଟିରେ ରଖି BMC ଏପରି ଏକ ପଦକ୍ଷେପ ନିଆଯାଇଛି।