ପୀୟୂଷ ଗୋୟଲ ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବରିଷ୍ଠ ବିଜେପି ନେତା ପିୟୁଷ ଗୋଏଲ, ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ (ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଓ ଟେକ୍ସଟାଇଲ) ବିଭାଗ ମନ୍ତ୍ରୀ ଥିବା ପିୟୁଷ ଗୋଏଲଙ୍କୁ ରାଜ୍ୟସଭା​‌ରେ ବିଜେପି ସଂସଦୀୟ ଦଳ ନେତା ନିଯୁକ୍ତ କରାଯାଇଛି । ପୂର୍ବରୁ ଥାଓ୍ବରଚାନ୍ଦ ଗେହେଲଟ ଥିଲେ ରାଜ୍ୟସଭାରେ ସଂସଦୀୟ ଦଳ ନେତା । ସେ କର୍ଣ୍ଣାଟକର ରାଜ୍ୟପାଳ ନିଯୁକ୍ତ ହେବା ପରେ ଏହି ପଦବୀ ଖାଲିଥିଲା । ତେବେ ବର୍ତ୍ତମାନ ପିୟୁଷ ଗୋଏଲଙ୍କୁ ଏହି ପଦବୀ ମିଳିଛି ।

ନିକଟରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍‌ ଅଦଳବଦଳରେ ପିୟୁସ ଗୋଏଲଙ୍କୁ ରେଳ ମନ୍ତ୍ରୀ ଦାୟିତ୍ବରୁ ଅବ୍ୟାହତି ଦିଆଯାଇ ବାଣିଜ୍ୟ ଏବଂ ଶିଳ୍ପ ତଥା ଟେକ୍ସଟାଇଲ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବ ଦିଆଯାଇଥିଲା । ଏହା ସହିତ ବର୍ତ୍ତମାନ ତାଙ୍କୁ ଦଳୀୟ ସଂଗଠନ ତଥା ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

Leave a Reply

Your email address will not be published. Required fields are marked *