ବିଜେପିର ୨୩କୁ ନିଷ୍କ୍ରିୟ କରିବେ କଂଗ୍ରେସର ୯

ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଅବସ୍ଥା ଭାରି ଖରାପ। ଦୁଇଅଙ୍କ ବି କଂଗ୍ରେସ ଛୁଇଁ ପାରିନାହିଁ। ବିଧାନସଭାକୁ ମାତ୍ର ୯ଜଣ ନିର୍ବାଚିତ ହୋଇ ଆସିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ନେତାପଦ ବିଜେପିକୁ ମିଳିବ। ବିଜେପି ବିଧାୟକଙ୍କ ସଂଖ୍ୟା ୨୩।

ତେବେ କଂଗ୍ରେସର ଦଳର ୯ଜଣ ବିଧାୟକ ବିଜେପିର ୨୩ ଜଣ ବିଧାୟକଙ୍କ ଠାରୁ ଭାରି ପଡିବା ସମ୍ଭାବନା ଅଧିକ। କଂଗ୍ରେସର ଏହି ସଂଖ୍ୟାଲଘୁ ଗ୍ରୁପରେ ଅଛନ୍ତି ଅନୁଭବୀ ବିଧାୟକ ନରସିଂହ ମିଶ୍ର। ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ନରସିଂହ। ବିଧିବିଧାନ ଓ ସମ୍ୱିଧାନ ଉପରେ ତାଙ୍କର ଅଗାଧ ଦଖଲ ଅଛି। ଭାରି ବଳିଷ୍ଠ ଯୁକ୍ତି ବି କରିଥାନ୍ତି ନରସିଂହ।

ନରସିଂହଙ୍କୁ ବାଦ ଦେଲେ ଦଳରେ ପାଟିତୁଣ୍ଡ କରିବା ଭଳିଆ ଦି’ଜଣ ବିଧାୟକ ନିର୍ବାଚିତ ହେଇଛନ୍ତି। ସେମାନେ ହେଲେ ତାରା ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା। ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବା ଅଭ୍ୟାସ ଏମାନଙ୍କର ଅଛି। ଏହାଛଡ଼ା ଅଛନ୍ତି ବାହୁବଳୀ ରମେଶ ଜେନା। ଯୁକ୍ତି କରିବା ଭଳି ଆଉ ଜଣେ ନେତା ମହମ୍ମଦ ମୋକିମ ନିର୍ବାଚିତ ହେଇଆସିଚନ୍ତି। ତା’ଛଡା କଂଗ୍ରେସର ସବୁଠୁ ବଡ଼ ପାଟିଆ ବିଧାୟକ ହେଲେ ୱାନ ଏଣ୍ଡ ଓନଲି ସୁର ରାଉତରାୟ। ଇଚ୍ଛାକଲେ ସେ ନବୀନଙ୍କୁ ଟେକିପାରନ୍ତି। ମନ କହିଲେ ମୋଦୀଙ୍କୁ ଗାଳି ଦେଇପାରନ୍ତି।

କଂଗ୍ରେସର ୯ଜଣ ଟାଣୁଆ ବିଧାୟକ ଥିବ ବେଳକୁ ବିଜେପିର ଅଧିକାଂଶ ବିଧାୟକ ନୂଆ। ଅନୁଭବୀଙ୍କ ଭିତରୁ ଜୟନାରାୟଣ, ପ୍ରଦୀପ ନାୟକ, ବିଷ୍ଣୁ ସେଠୀ ଓ ସୁକାନ୍ତ ନାୟକ। ଆଉସବୁ ତାଲିମ ପାଉପାଉ ଅନେକ ଦିନ ବିତିଯିବ। ଜୟନାରାୟଣ ବିରୋଧୀ ଦଳ ନେତା ହବା ଥୟ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ। ଯାହାକିଛି ପାଟିଗୋଳ କରିବେ ବିଷ୍ଣୁ ଓ ପ୍ରଦୀପ।

କିନ୍ତୁ ସେପଟେ ହାତ ଦଳର ସଂଖ୍ୟା କମ ହେଲେ କ’ଣ ହବ ପାଟିଗୋଳ କରି ଅଧିକ କମ୍ପେଇପାରିବେ ସେମାନେ।

Leave a Reply

Your email address will not be published. Required fields are marked *