ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା
ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଦେଇଛନ୍ତି । ତାଙ୍କୁ ବିଜେଡିକୁ ପୁଣି ସ୍ୱାଗତ କରାଯାଇଛି ।୨୦୧୪ ସେପ୍ଟେମ୍ବର ରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିଲା । ଦଳରୁ ବହିଷ୍କୃତ ହେବା ପରେ ସେ କେବେହେଲେ ଦଳ କିମ୍ବା ଦଳର ସୁପ୍ରିମଙ୍କ ବିରୁଦ୍ଧରେ କୌଣସି ମତ ରଖିନଥିଲେ। ପ୍ରଫୁଲ୍ଲ ଘଡ଼େଇଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ଫଳରେ ପୁଣି ଥରେ ଦଳକୁ ଫେରିବାକୁ ଘଡ଼େଇଙ୍କୁ ସବୁଜ ସଙ୍କେତ ମିଳି ଯାଇଛି ।
ଆଜି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରଫୁଲ୍ଲ ଘଡ଼େଇଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଏ ନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜାରି କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୦୧୪ ମସିହା ସେପ୍ଟେମ୍ବର ୨୦ ତାରିଖରେ ଉପ-ସଭାପତି ଦାୟିତ୍ୱରେ ଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଏହି ନିଷ୍ପତ୍ତି ନେଇଥିଲେ । ଏକ ଦୈନିକ ଗଣମାଧ୍ୟମରେ ସାକ୍ଷାତକାରରେ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିଥିଲା । ଯାହାର ତ୍ୱରିତ କାର୍ଯ୍ୟାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ଘଡ଼େଇଙ୍କୁ ଦଳରୁ ବହିଷ୍କାର କରିଥିଲେ ।