ବିଜେଡି ପକ୍ଷରୁ ୩୦ ଜିଲ୍ଲା ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ବ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଜଣେ ନେତାଙ୍କ ଅଧୀନରେ ସର୍ବନିମ୍ନ ୨ଟି ଜିଲ୍ଲା ରହିଥିବା ବେଳେ ସର୍ବାଧିକ ୭ଟି ଜିଲ୍ଲା ରହିଛି। ବରିଷ୍ଠ ପର୍ଯ୍ୟବେକ୍ଷକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସେମାନଙ୍କ କାର୍ଯ୍ୟରେ ସହାୟତା କରିବା ସହ ଆବଶ୍ୟକ ପରାମର୍ଶ ଦେବେ।

ସେହି ବରିଷ୍ଠ ପର୍ଯ୍ୟବେକ୍ଷକମାନେ ହେଉଛନ୍ତି –
୧. ସୌମ୍ୟରଞ୍ଜନ ପଟ୍ଟନାୟକ: ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ
୨. ନିରଞ୍ଜନ ପୂଜାରୀଙ୍କୁ: ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼
୩. ପ୍ରସନ୍ନ ଆଚାର୍ଯ୍ୟ: କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର
୪. ମହେଶ୍ୱର ମହାନ୍ତି: ମୟୂରଭଞ୍ଜ ଓ କେନ୍ଦୁଝର
୫. ଦେବୀ ପ୍ରସାଦ ମିଶ୍ର: ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ
୬. ବିକ୍ରମ କେଶରୀ ଆରୁଖ: ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି

Leave a Reply

Your email address will not be published. Required fields are marked *