ବିପଦ ସଂକେତ ଟପିଲା ବୈତରଣୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା। ଭଦ୍ରକ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି।
ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ୧୭.୮୩ ମିଟର ରହିଛି। ବୈତରଣୀର ନଦୀର ଜଳସ୍ତର ୧୭.୮୪ମି. ରହିଛି। ତଳିଆ ଅଞ୍ଚଳର ଲୋକେ ଭୟଭିତ ଅବସ୍ଥାରେ ରହିଛନ୍ତି।
ବୈତରଣୀର ଉପର ମୁଣ୍ଡ କେନ୍ଦୁଝର ଜ଼ିଲ୍ଲାରେ କେତେ ପରିମାଣରେ ବର୍ଷା ହୋଇଛି ତାହା ରେକର୍ଡ ଆସିବା ପରେ ବୈତରଣୀର ବନ୍ୟା ସ୍ଥିତି କିପରି ରହିବ ତାହା ଆକଳନ କରିହେବ। ବର୍ତ୍ତମାନ ତଳ ମୁଣ୍ଡରେ ବର୍ଷା ପାଣି ଜମି ରହିଥିବା ବେଳେ ଅନ୍ୟପଟେ ବୈତରଣୀ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଟପିଛି। ଏହାକୁ ନେଇ ତଳିଆ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତକାଲି ଜ଼ିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜଳସମ୍ପଦର ଅଧିକାରୀମାନେ ଆଖୁଆପଦାରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।