୩୬ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବାଣ୍ଟିଲା ବିଜେଡି
ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତେବେ ନୂତନ ଭାବେ ଦିଆଯାଇଥିବା ଦାୟିତ୍ୱ ମଧ୍ୟରେ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶାର ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁସୂଚିତ ଜନଜାତିର ସଶକ୍ତିକରଣ । ମନୋହର ରାନ୍ଧାରୀଙ୍କ ସଶକ୍ତ ଓଡିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଙ୍କୁ ସାମାଜିକ ବିକାଶ, ସ୍ନେହାଙ୍ଗୀନି ଛୁରିଆଙ୍କୁ ଅନୁସୂଚିତ ଜନଜାତିର ସଶକ୍ତିକରଣ, ଜଗନ୍ନାଥ ସାର୍କା ଜନଜାତିର ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର , ଆୟୁବ ଖାନ୍ଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଦେବେଶ ଆଚାର୍ଯ୍ୟଙ୍କୁ ଓଡିଶା : ମୋ ପରିବାର , ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନା ସଶକ୍ତ ଓଡିଶାର ଦାୟିତ୍ୱ ଦିଆଯାଇଛି ।
ଶ୍ରୀମୟୀ ଗୀତା ବସ୍ତିଆଙ୍କୁ ମହିଳା ସଶକ୍ତିକରଣ, ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ରଙ୍କୁ ମହିଳା ସଶକ୍ତିକରଣ, ପ୍ରଫୁଲ ସିଂହଙ୍କୁ ସାମାଜିକ ବିକାଶ, ଦେବାଶିଷ ମାଣ୍ଡିଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ ବ୍ୟାପାର, ଜନ୍ମେଜୟ ଲେଙ୍କା କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ବିଶ୍ୱଜିତ୍ ମହାନ୍ତି ସଶକ୍ତ ଓଡିଶା, ସତ୍ୟବ୍ରତ ପାତ୍ର କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ସାରଦା ପ୍ରସନ୍ନ ଜେନା କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ଶ୍ରୀମତୀ ଗୀତଞ୍ଜଳୀ ସେଠୀ ଅନୁସୂଚିତ ଜାତି ସଶକ୍ତିକରଣ, ପ୍ରମୋଦ କିଶୋର ଜେନାଙ୍କୁ ପରିବେଶ, ଶ୍ୟାମାପ୍ରସାଦ ବେହେରାଙ୍କୁ ଆଞ୍ଚଳିକ ବିକାଶର ଦାୟିତ୍ୱ ଦେଇଛନ୍ତି ଦଳୀୟ ସଭାପତି ।
ସେହିପରି ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ରଙ୍କ କଳା ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ , ଧ୍ରବୁଚରଣ ସାହୁ ପରିବେଶ, ପ୍ରଣବ କୁମାର ବଳବନ୍ତରାୟଙ୍କୁ ଯୁବ ବ୍ୟାପାର , ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଞ୍ଚଳିକ ବିକାଶ, ରାଜୀବଲୋଚନ ପାତ୍ରଙ୍କୁ ସାମାଜିକ ବିକାଶ, ସୁଧିର କୁମାର ସାମଲଙ୍କୁ ଓଡିଶା : ମୋ ପରିବାର , ଡକ୍ଟର ସସ୍ମିତ ପାତ୍ର ଓଡିଶା : ମୋ ପରିବାର, ବିକ୍ରମ ପଣ୍ଡାଙ୍କୁ ଓଡିଶା : ମୋ ପରିବାର, ଯୋଗେଶ ସିଂହଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ଶ୍ରୀମତୀ ବାସନ୍ତୀ ହେମ୍ରମ୍ଙ୍କୁ ଜନଜାତି ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର , ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ବିକାଶ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ ବଣ୍ଟନ ଦଳୀୟ ସଭାପତି ।