ବିଜେଡିରୁ କେହି ଯୋଗାଯୋଗରେ ନାହାଁନ୍ତି : ବିଜୟ

ଗତ କିଛି ଦିନ ହେଲା ବରିଷ୍ଠ ନେତା ନିଜେ ତିଆରି କରି ପରେ ଅତି ନିର୍ଦ୍ଧୟ ଭାବେ ବିଦା ହୋଇଥିବା ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରୁଥିବା ଚଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ନିଜେ ବିବିଜୟ ମହାପାତ୍ର ଖଣ୍ଡନ କରିବା ସହିତ ଶାସକ ବିଜେଡିରୁ କେହି ଏ ସମ୍ପର୍କରେ ଯୋଗାଯୋଗରେ ନାହାଁନ୍ତି ବୋଲି ଆଜି ସ୍ୱଷ୍ଟ କରିଛନ୍ତି।

ତାଙ୍କ ସହ ବିଜେପି ଛାଡିଥିବା ଦିଲ୍ଲୀପ ରାୟ ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିଜୟ ମହାପାତ୍ର। ସେ କହିଛନ୍ତି ଯେ,ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଅଛି। ଦିଲ୍ଲୀପ ରାୟ ବିଜେଡ଼ିରେ ଯୋଗ ଦେଉଥିବାର ଚର୍ଚ୍ଚା ହେଉଥିବାବେଳେ ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ପକ୍ଷରୁ ଯୋଗାଯୋଗ କରାଯାଇଛି କି ବୋଲି ପ୍ରଶ୍ନର ଉତ୍ତରରେ ତାଙ୍କ ସହ ବିଜେଡ଼ି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ ସେ କହିଛନ୍ତି ।

ଅପରପକ୍ଷରେ ବିଜେପିର କେତେକ ଶୁଭେଚ୍ଛୁ ନେତୃବୃନ୍ଦ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର। ତାଙ୍କର ଏହି ପ୍ରତିକ୍ରିୟାରୁ ଜଣାପଡୁଛି ଯେ,ସେ ପୁଣିଥରେ ଘରବାହୁଡା କରି ବିଜେପିକୁ ଫେରିବେ। ତେବେ ସେ ନିଜର ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବାପରେ ଏନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ:

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *