ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ନିଖୋଜ

ପାଟଣା, (ଓଡିଶା ଟାଇମ୍): ବିହାରରେ ବଡ଼ ଦୁର୍ଘଟଣା। ବିବହାର ମୋତିହାରୀରେ ମଝି ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ସିକରହନା ନଦୀରେ ଡଙ୍ଗା ଓଲଟି ୨୨ ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି।

ନା ମୁତାବକ ଉକ୍ତ ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ। ସମସ୍ତେ ଘାସ ଆଣିବା ପାଇଁ ଯାଉଥିଲେ। ମଝି ନଇରେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଡଙ୍ଗା ବୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭିତ ହୋଇ ପଡିଛନ୍ତି। ସେପଟେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ଶିଶୁର ମୃତଦେହ ଉଦ୍ଧାର ହେଇଛି। ସେପଟେ ଚାରି ଜଣ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନଦୀ ନିକଟରେ ପ୍ରବଳ ଭିଡ ଜମି ରହିଛି। ସେପଟେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

Leave a Reply

Your email address will not be published. Required fields are marked *