ଭିଜିଲାନ୍ସ ପଞ୍ଝାରେ ସିଡିଭିଓ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କିରାଣୀ ପରେ ଭିଜିଲାନ୍ସ ପଞ୍ଝାରେ ସିଡିଭିଓ । ନୂଆପଡା ସିଡିଭିଓ ତ୍ରିଲୋଚନ ଧଳ ଲାଞ୍ଚ ନେଉଥିବା ଅଭିଯୋଗରେ ଧରା ପଡିଛନ୍ତି । ସେ ୨ ଲକ୍ଷ ୭୭ ହଜାର ନେଇ କଟକ ଯାଉଥିବା ବେଳେ ହଠାତ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା ।
ସୂଚନା ଅନୁସାରେ, କୌଣସି ସୁତ୍ରରୁ ଖବର ପାଇ ରାତି ୨ଟାରୁ ଛକି ବସିଥିଲା ଭିଜିଲାନ୍ସ ଦଳ । ସେ ଟଙ୍କା ନେଇ କଟକ ଯାଉଥିବା ବେଳେ ଟିମ୍ ମାଡି ବସିଥିଲା । ଏହାପରେ ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରଳା ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢଉ ଜାରି ରଖିଛି । କୋରାପୁଟ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଟିମ ମଧ୍ୟ ଚଢଉରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ, ଶନିବାର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଜଣେ ମହିଳା କିରାଣr ପ୍ରତିମା ଦାସ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିଲେ । ୨୪ ଘଣ୍ଟା ନ ପୁରୁଣୁ ନୂଆପଡା ଜିଲ୍ଲାରେ ପୁଣି ଜଣେ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡିବା ପରେ ଚର୍ଚ୍ଚା ଜୋର୍ ଧରିଛି ।